ଶିକ୍ଷା ସଚେତନତା “ଗୁଞ୍ଜରଣ ରଥ”କୁ ବୌଦ୍ଧ ଜିଲ୍ଲା ରେ ସ୍ୱାଗତ ଓ ସମ୍ବର୍ଦ୍ଧନା

0
313

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୪/୧୨) : ଆଜି ୧୨ ଘଣ୍ଟା ସମୟରେ ମାଲକାନଗିରି ରୁ ବାହାରିଥିବା ଶିକ୍ଷା ସଚେତନତା ଗୁଞ୍ଜରଣ ରଥ ଖୁଣ୍ଟିଗୋରା ସ୍ଥିତ ଉଚ୍ଚ ବିଦ୍ୟାଳୟ ଠାରେ ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧର କର୍ମକର୍ତା, ସମାଜ ସେବୀ, ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଉପସ୍ଥିତ ରହି ଗୁଞ୍ଜରଣ ରଥକୁ ସ୍ୱାଗତ ସହିତ ଗ୍ରହଣ କରାଯାଇଥିଲା l

ଶିକ୍ଷା ସଚେତନତା “ଗୁଞ୍ଜରଣ ରଥ” ଜିଲ୍ଲାରେ ପ୍ରାୟ ତିନିଦିନ ଧରି ବିଭିନ୍ନ ଗ୍ରାମପଞ୍ଚାୟତ ଏବଂ ଗ୍ରାମ ଗୁଡିକ ପରିଭ୍ରମଣ କରି କୋଭିଡ ପରଵର୍ତ୍ତି ସମୟରେ ଦେଖା ଦେଇଥିବା ଶିକ୍ଷା ସମସ୍ୟା ଓ ବିଦ୍ୟାଳୟର ଦୁରବସ୍ଥା ଉପରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ ଆଲୋଚନା କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସକାଶେ ଏକ ପ୍ରୟାସ ଆରମ୍ଭ କରାଯାଇଛି l ଏହି ଅବସରରେ ଗ୍ରାମ ପାଣ୍ଡରାପିଟା, ଗ୍ରାମ ପଞ୍ଚାୟତ ନାରାୟଣପ୍ରସାଦ ବ୍ଲକ କଣ୍ଟାମାଳ ଠାରେ ଏକ ସଭା ଅନୁଷ୍ଠିତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଓଡିଶା ଶ୍ରମଜୀବୀ ମଞ୍ଚ ତରଫରୁ ମଣ୍ଡଳ ଅଧିକାରୀ ମାନସସୌରଭ ବେହେରା ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧ ଜିଲ୍ଲା ଟିମ ଲିଡର ଦ୍ୱାଦଶ କୁମାର ଯାନୀ ଏବଂ କର୍ମକର୍ତା ମୀନକେତନ ମେହେର, ନିରଞ୍ଜନ ବିଶି, ସମ୍ପତି ବାଘ, ବଳରାମ ବାଘ , କୁଶ ମହକୁଡ଼, ସ୍ବେଛାସେବୀ ଶିକ୍ଷକ – ପ୍ରମୋଦ କୁମାର ସାହୁ, ରଞ୍ଜନ ଭୋଇ, ସମାଜସେବୀ – ସୁଶାନ୍ତ ବାରିକ, ଭକ୍ତ ସାହୁ, ବଂଶୀଧର ମାଝୀ, ଭୀମସେନ ବିଶ୍ୱାଳ, ଇନ୍ଦ୍ର ନାଏକ ଉପସ୍ଥିତ ଥିଲେ l