Friday, March 29, 2024

Top 5 This Week

Related Posts

ବଲାଙ୍ଗୀର ଜିଲ୍ଲାରେ ସଂକ୍ରମଣ ବଢୂୁଥିବା ନେଇ ସତର୍କ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୦୫/୧୨) : କରୋନା ସଂକ୍ରମଣ ବଢୁଥିବା ନେଇ ରାଜ୍ୟ ସରକାରଙ୍କୁ ସତର୍କ କରିଛି କେନ୍ଦ୍ର । ଗତ ସପ୍ତାହେ ହେବ ଓଡ଼ିଶାର ୬ ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ କରିଛି । ଏହି ୬ ଟି ଜିଲ୍ଲା ହେଉଛି ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ଅନୁଗୋଳ, ବଲାଙ୍ଗୀର । ବଲାଙ୍ଗୀର ଜିଲ୍ଲାରେ ସଂକ୍ରମଣ ବଢୂୁଥିବା ନେଇ ସତର୍କ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ତେବେ ଏହି ୬ ଜିଲ୍ଲାକୁ ଛାଡି ଖୋର୍ଦ୍ଧା ଜିଲ୍ଲାରେ ଗତ ସପ୍ତାହ ମଧ୍ୟରେ ୯୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳରେ ୬୯, କନ୍ଧମାଳରେ ୭, ନବରଙ୍ଗପୁରରେ ୫, କେନ୍ଦୁଝରରେ ୨୩, ଅନୁଗୋଳରେ ୩୯ ଓ ବଲାଙ୍ଗୀର ଜିଲ୍ଲାରେ ସଂକ୍ରମଣ ବଢ଼ି ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବେ ଅଧିକ ରହିଛି । ହେଲେ ଅନ୍ୟ ୬ ଟି ଜିଲ୍ଲାରେ ଗତ ସପ୍ତାହ ମଧ୍ୟରେ ସଂକ୍ରମଣ ବଢିଥିବା ନେଇ ସତର୍କ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖି ଅବଗତ କରିଛନ୍ତି । ତେବେ ଓଡ଼ିଶାରେ ଗତ ମାସଟେ ମଧ୍ୟରେ ୭ ହଜାର ୪୪୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଦେଶର ସଂକ୍ରମଣର ୨ ଦଶମିକ ୫ ପ୍ରତିଶତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ କଟକଣା କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles