ଶେଷରେ ପାର୍ତାଡ଼ା ଆଦିବାସୀ ମାନିଲେ- କରୋନା ଟୀକା ନେଲେ

0
329

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, ଗଜପତି, (୦୫/୧୨) : ବହୁ ବୁଝାସୁଝା କରି ଜିଲ୍ଲା ପ୍ରଶାସନ ଫେଲ୍ ହୋଇ ଯାଇଥିଲା । ଶେଷରେ ପାର୍ତାଡ଼ା ଆଦିବାସୀ ମାନିଲେ । ଶେଷରେ ବ୍ଲକ୍ ର ବିଡ଼ିଓ ମେଡିକାଲ୍ ଷ୍ଟାଫ୍ ପୁନର୍ବାର ଚେଷ୍ଟା କରି ସଫଳ ହୋଇଛନ୍ତି । 

ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ ର ପାର୍ତାଡ଼ା ପଞ୍ଚାୟତ ର ଆଦିବାସୀ ମାନେ କରୋନା ଟୀକା ନେବା ପାଇଁ ରାଜି ହେଉ ନ ଥିଲେ । କାଶୀନଗର ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ସହକାରୀ ଯନ୍ତ୍ରୀ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ସ୍ବାସ୍ଥ୍ୟ କର୍ମୀ ଆଜି ଆଦିବାସୀ ବହୁଳ ପାର୍ତ୍ତଡ଼ା ପଞ୍ଚାୟତ ର ଆରିମ୍ବା ପର୍ତଡ଼ା ଇତ୍ୟାଦି ଗ୍ରାମ କୁ ଯାଇ ଶେଷରେ ପାର୍ତାଡ଼ା ଆଦିବାସୀ ମାନଙ୍କୁ ପ୍ରବର୍ତ୍ତାଇ ଥିଲେ । ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ଆଜି ପାର୍ତାଡ଼ା ଆଦିବାସୀ ଙ୍କୁ କରୋନା ଟୀକା ଦେବାରେ ସକ୍ଷମ ହୋଇଛନ୍ତି ।