ଆସୁଛି କରୋନା ର ତୃତୀୟ ଲହର : ଫେବ୍ରୁଆରୀରେ ଦୈନିକ ମାମଲା ୧.୫ ଲକ୍ଷ ଛୁଇଁପାରେ

0
409

ରିପୋର୍ଟ : ସୁଭାସିସ ନାୟକ //
ନୂଆଦିଲ୍ଲୀ,(୦୬/୧୨) : ଆସୁଛି କରୋନା ର ତୃତୀୟ ଲହର । କରୋନା ର ନୂଆ ଭାରିଏଣ୍ଟ ଓମିକ୍ରନ୍କୁ ନେଇ ସାରା ବିଶ୍ୱ ପୁଣି ଥରେ ଚିନ୍ତାରେ ପଡିଯାଇଛି । ଆସନ୍ତା ଜାନୁଆରୀ ୨୦୨୨ରେ କରୋନାର ତୃତୀୟ ଲହର ଆସିପାରେ ବୋଲି ଆଇଆଇଟି କାନପୁର ଏକ ରିପୋର୍ଟ ପ୍ରକାଶ କରିଛି । ଫେବ୍ରୁଆରୀରେ ଏହା ଶିଖର ଛୁଇଁବା ସହ ଦୈନିକ ମାମଲା ୧.୫ ଲକ୍ଷ ହୋଇପାରେ ବୋଲି କୁହାଯାଇଛି ।

ଆଇଆଇଟି କାନପୁରର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି , ‘ଆସୁଛି କରୋନା ର ତୃତୀୟ ଲହର, ଦେଶରେ କୋଭିଡ -୧୯ର ତୃତୀୟ ଲହର ଆସନ୍ତା ବର୍ଷରୁ ଆରମ୍ଭ ହୋଇପାରେ ଏବଂ ଫେବ୍ରୁଆରୀରେ ଏହା ପିକ୍କୁ ଯିବା ସମ୍ଭାବନା ରହିଛି । ଫଳରେ ଦୈନିକ ମାମଲା ଦେଢ଼ ଲକ୍ଷରୁ ଅଧିକ ଚିହ୍ନଟ ହୋଇପାରନ୍ତି । ଦକ୍ଷିଣ ଆଫ୍ରିକା ଏବଂ ଅନ୍ୟାନ୍ୟ ଦେଶର ତଥ୍ୟକୁ ଅଧ୍ୟୟନ କରିବା ପରେ ଓମିକ୍ରନ୍ ଡେଲ୍ଟା ଭାରିଏଣ୍ଟଠାରୁ ଦୁଇଗୁଣ ଅଧିକ କ୍ଷିପ୍ର ଗିତରେ ବ୍ୟାପୁଛି ବୋଲି ଜଣାପଡିଛି । ତେଣୁ ପ୍ରତିବନ୍ଧକ ଲଗାଇ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ହୋଇପାରିବ ବୋଲି ସେ କହିଛନ୍ତି ।

ସେ ଆହୁରୀ କହିଛନ୍ତି, ‘ଏପର୍ଯ୍ୟନ୍ତ କେବଳ ଗୋଟିଏ ଅଧ୍ୟୟନ ଆସିଛି, ଯାହା ଅନୁଯାୟୀ ଗତ ତିନିମାସ ମଧ୍ୟରେ ପୁନଃ ସଂକ୍ରମଣ ହାର ୩ ଗୁଣ ବୃଦ୍ଧି ପାଇଛି । କିନ୍ତୁ ଏହି ସଂଖ୍ୟା ବହୁତ କମ୍ ରହିଛି । ଦକ୍ଷିଣ ଆଫ୍ରିକାରେ, କେବଳ ୧ ପ୍ରତିଶତ ଲୋକ ପୁନର୍ବାର ସଂକ୍ରମିତ ହୋଇଥିଲେ । ଅଧ୍ୟୟନ ଅନୁଯାୟୀ, ଓମିକ୍ରନ୍ ପ୍ରାକୃତିକ ପ୍ରତିରକ୍ଷାକୁ ଅଧିକ କ୍ଷତି ପହଞ୍ଚାଉଛି ବୋଲି ଅଶଙ୍କା ରିହଛି, କିନ୍ତୁ ଏହାର ଅଧିକ ଖରାପ ପ୍ରଭାବ ପଡୁନାହିଁ ବୋଲି ସେ କହିଛନ୍ତି ।’