Friday, March 29, 2024

Top 5 This Week

Related Posts

ଡକ୍ଟର ଭି. ଆର. ଆମ୍ବେଦକର ଙ୍କ ୬୫ ତମ ତିରୋଧାନ ଦିବସ ପାଳିତ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୬/୧୨) : ଆଜି ପୂର୍ବାହ୍ନ ରେ ଢେଙ୍କାନାଳ ଜିଲ୍ଲା ର ସଦର ମହକୁମା ରେ ଥିବା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡକ୍ଟର ଭି. ଆର. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ତାଙ୍କ ର ୬୫ ତମ ତିରୋଧାନ ଦିବସ ଉପଲକ୍ଷେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଆଜିର ଏହି ଡକ୍ଟର ଭି. ଆର. ଆମ୍ବେଦକର ଙ୍କ ୬୫ ତମ ତିରୋଧାନ ଦିବସ ରେ ପୁଷ୍ପମାଲ୍ୟ ଅର୍ପଣ ଉତ୍ସବରେ ଢେଙ୍କାନାଳ ର ସାଂସଦ ମହେଶ ସାହୁ, ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପ୍ରିୟ ରଞ୍ଜନ ମହାନ୍ତି, ପୂର୍ବତନ ନଗରପାଳ ଶ୍ରୀ ସୁଧାଂଶୁ କୁମାର ଦଳେଇ ଓ ଇନ୍ଦ୍ରମଣି ବେହେରା, ଜିଲ୍ଲା କଂଗ୍ରେସ ସଭାପତି ସରୋଜ କୁମାର ପଟ୍ଟନାୟକ, ଶାନ୍ତିଭୂଷଣ ପଣ୍ଡା, ସମାଜସେବୀ ସରୋଜ କୁମାର ଶତପଥୀ, ଆମ୍ବେଦକର ସୋସାଇଟି ର ସଭ୍ୟ ସଭ୍ୟା ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ମାନ୍ୟବର ସାଂସଦ ଆମ୍ବେଦକର ଙ୍କ ସ୍ମୃତିଚାରଣ କରିଥିଲେ ।

ଅଗାମୀ ପିଢି ଆମ୍ବେଦକରଙ୍କ ମାର୍ଗଦର୍ଶନ କଲେ ଦେଶ ଓ ରାଜ୍ୟ ର ଶାନ୍ତି ଓ ସଁହତି ବଜାୟ ରହି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ମହୋଦୟ ମଧ୍ୟ ଡକ୍ଟର ଆମ୍ବେଦକରଙ୍କ ଜୀବନ କିଭଳି ଭାବେ ବହୁତ ବାଧାବିଘ୍ନ ମଧ୍ୟ ଦେଇ ଗତି କରିଥିଲେ ତାହା ଅଭିଭାଷଣ ଦେଇଥିଲେ ।

Popular Articles