ହରଭଙ୍ଗା ବ୍ଲକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ନୂତନ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ଉତ୍ସବ

0
690

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୭/୧୨) : ହରଭଙ୍ଗା ବ୍ଲକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ, ପୁରୁଣା କଟକର ନୂତନ ବର୍ଷର ରାଜନୀତି ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମାରୋହ ଉତ୍ସବ ମହାବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି |366dd666 7603 43b3 a020 52b5e886b045 ହରଭଙ୍ଗା ବ୍ଲକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ନୂତନ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ଉତ୍ସବ

ଏହି ଉତ୍ସବରେ ହରଭଙ୍ଗା ବ୍ଲକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପକ ଡ଼ଃ. ପୁର୍ନେନ୍ଦୁ ତ୍ରିପାଠୀ ଅଧ୍ୟକ୍ଷତା କରିବା ସହିତ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମନୋଜ କୁମାର ପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ମୁଖ୍ୟବକ୍ତା ଭାବେ ପଂଚାୟତ ମହାବିଦ୍ୟାଳୟ ହରଭଙ୍ଗାର ଅଧ୍ୟକ୍ଷ ପ୍ରିୟ ନାଥ ଶର୍ମା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ନାଗରିକ ହୋଇ ଦେଶ ଓ ଅଂଚଳ ର ପ୍ରଗତି ପାଇଁ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆହ୍ୱାନ ଦେଇଥିଲେ | ମହାବିଦ୍ୟାଳୟର ଅଧ୍ୟାପକ ଲଳିତ କୁମାର ମେହେର, ଡ଼ଃ ପ୍ରମୋଦ କୁମାର ମହାପାତ୍ର, ସୁଷମା ରାଣୀ ବହିଦାର, ସୁରେଶ୍ୱର ଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |8ed4e7ae d020 4f7b 8dda 8eabc1d045ff ହରଭଙ୍ଗା ବ୍ଲକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ନୂତନ ବର୍ଷ ଛାତ୍ର ଛାତ୍ରୀ ଙ୍କୁ ସ୍ୱାଗତ ଉତ୍ସବ

ଏହି ଅବସରରେ ଗତ ବର୍ଷ ରାଜନୀତି ବିଜ୍ଞାନ ସମ୍ମାନରେ ସର୍ବୋଚ୍ଚ ନମ୍ବର ରଖିଥିବା ଓ ମହାବିଦ୍ୟାଳୟ ପାଇଁ ସୁନାମ ଆଣିଥିବା ଲିକିନା ଦନ୍ତା କୁ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ସଭା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା | ଏହି ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ରମେଶ ଚନ୍ଦ୍ର ତାରେଣିଆ ପରିଚାଳନା କରିବା ସହିତ ଅଧ୍ୟାପକ ରଂଜିତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ | ଦ୍ୱିତୀୟ ଓ ତୃତୀୟ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱାଗତ ସମାରୋହ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ |