ଅର୍ନ୍ତରାଷ୍ଟ୍ରୀୟ ଫୋବର୍ସ ମ୍ୟାଗାଜିନ୍ ଜାରିକଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକା

0
272

ରିପୋର୍ଟ : ଦେବଦତ୍ତ ରଥ //
ନୂଆଦିଲ୍ଲୀ, (୦୮/୧୨) : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତର ସବୁଠାରୁ ଶକ୍ତିଶାଳୀ ମହିଳା । ଅର୍ନ୍ତରାଷ୍ଟ୍ରୀୟ ଫୋବର୍ସ ମ୍ୟାଗାଜିନ୍ ବିଶ୍ୱର ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ନିର୍ମଳାଙ୍କୁ ସ୍ଥାନ ଦେଇଛି ।30a1739a afc8 4603 9ad5 095badf18346 ଅର୍ନ୍ତରାଷ୍ଟ୍ରୀୟ ଫୋବର୍ସ ମ୍ୟାଗାଜିନ୍ ଜାରିକଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକା

ଅର୍ନ୍ତରାଷ୍ଟ୍ରୀୟ ଫୋବର୍ସ ମ୍ୟାଗାଜିନ୍ ତାଲିକା ର ୩୭ ନମ୍ବର ସ୍ଥାନରେ ରହିଛନ୍ତି ନିର୍ମଳା ସୀତାରମଣ । ଫୋର୍ବସ୍ ତୃତୀୟ ଥର ପାଇଁ ନିର୍ମଳା ସୀତାରମଣଙ୍କୁ ବିଶ୍ୱର ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ଦେଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଥର ଆମେରିକା ର ଟ୍ରେଜେରୀ ସେକ୍ରେଟାରୀ ଜନେତ ୟାଲେନଙ୍କୁ ପଛରେ ପକାଇଛନ୍ତି । ଏହି ତାଲିକାରେ ପ୍ରଥମ ଥର ପାଇଁ ନାଇକା ବ୍ରାଣ୍ଡର ସିଇଓ ଫାଲଗୁନୀ ନାୟର ସ୍ଥାନ ପାଇଛନ୍ତି । ତାଲିକାରେ ୮୮ ନମ୍ବର ସ୍ଥାନରେ ରହିଛନ୍ତି ନାୟର । ଫାଲଗୁନୀ ନାୟର ସେୟାର ବଜାରରେ ନିଜ କମ୍ପାନୀର ଭଲ ଶୁଭାରମ୍ଭ କରି ଏବେ ଦେଶର ୭ମ ଆରବପତି ମହିଳା ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।

ଅର୍ଥମନ୍ତ୍ରୀ ସୀତାରମଣ ଓ ଫାଲଗୁନୀ ନାୟରଙ୍କ ବ୍ୟତୀତ ଏଚସିଏଲ ଟେକ୍ନୋଲୋଜୀର ଚେୟାରମ୍ୟାନ ରୋଶନୀ ନାଡର ବି ଫୋବର୍ସ ତାଲିକାରେ ୫୨ ନମ୍ବର ସ୍ଥାନରେ ରହିଛନ୍ତି । ନାଡର ଦେଶର ଏକ ଆଇଟି କମ୍ପାନୀର ମୁଖ୍ୟଭାବେ ପ୍ରଥମ ମହିଳା ଅଟନ୍ତି । ଏହାସହ ଫୋବର୍ସ ତାଲିକାରେ ବାଇକନର ଫାଉଣ୍ଡର କିରଣ ମଜୁମଦାରଙ୍କ ନାଁ’ ବି ସାମିଲ ରହିଛି । ସେ ଏହି ତାଲିକାର ୭୨ ନମ୍ବର ସ୍ଥାନରେ ରହିଛନ୍ତି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମହିଳା ତାଲିକାରେ ମାକେନଜି ସ୍କଟ୍ ପ୍ରଥମ ସ୍ଥାନରେ ରହିଛନ୍ତି ।

ସ୍କଟ୍ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଅମାଜନ ଗ୍ରୁପର ମାଲିକ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ । ୨୦୧୯ ମସିହାରେ ଉଭୟଙ୍କ ମଧ୍ୟରେ ବିବାହ ବିଛେଦ ହୋଇଥିଲା । ତାଲିକାର ଦ୍ୱିତୀୟ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ଉପରାଷ୍ଟ୍ରପତି କମଳା ହାରିସଙ୍କ ନାମ ରହିଛି ।