Saturday, March 30, 2024

Top 5 This Week

Related Posts

କୋଟପାଡ଼ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ MSP ପ୍ରଦାନ ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କୁ ଲିଖିତ ଆବେଦନ

ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ, (୦୯/୧୨) : କୋଟପାଡ଼ ବ୍ଲକ କୃଷକ କଲ୍ୟାଣ ମଞ୍ଚ ତରଫରୁ ଗତକାଲି କୋଟପାଡ଼ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ MSP ପ୍ରଦାନ ପାଇଁ କୋଟପାଡ ତହସିଲଦାରଙ୍କ ଜରିଆରେ ଖାଦ୍ୟ ଯୋଗାଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଏକ ଆବେଦନ ପ୍ରେରଣ କରାଯାଇଛି ।

କୋଟପାଡ଼ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ MSP ପ୍ରଦାନ ପାଇଁ ଏହି ଆବେଦନ ମାଧ୍ୟମରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । କୋଟପାଡ଼ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜମିରେ କଟାଯାଇ ଥିବା ଧାନ ପାଣିରେ ବୁଡି ଯାଇ ରଙ୍ଗ ବଦଳିବା ସହ ଅଧିକାଂଶ ଗଜା ହୋଇଯାଇଛି ।ବିଭିନ୍ନ ସଂସ୍ଥାରୁ ରୁଣ ନେଇ ଚାଷୀ ମାନେ ବିହନ, କୀଟନାଶକ, ଶ୍ରମିକ ମଜୁରି ଇତ୍ୟାଦିରେ ସମସ୍ତ ଅର୍ଥ ଖର୍ଚ୍ଚ କରି ଧାନ ବିକ୍ରି କରି ରୁଣ ପରିଶୋଧ ପାଇଁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଫସଲ ଚାଷୀଙ୍କ ମନରେ ଘୋର ହତାଶା ଓ ଚିନ୍ତା ବୃଦ୍ଧି କରିଛି । ତେଣୁ ଆର୍ଦ୍ରତା ଯୁକ୍ତ ତଥା ବେରଙ୍ଗ ଧାନକୁ ସରକାରଙ୍କ ନିର୍ଧାରିତ ମୂଲ୍ୟ ପ୍ରଦାନ କରିବାକୁ ବ୍ୟବସ୍ଥା କରିବାକୁ କୃଷକ କଲ୍ୟାଣ ମଞ୍ଚ ତରଫରୁ ସରକାରଙ୍କୁ ନିବେଦନ କରାଯାଇଛି ।

ତହସିଲଦାରଙ୍କୁ ଆବେଦନ ପ୍ରଦାନ ସମୟରେ ସଭାପତି ଶ୍ରୀ ସଞ୍ଜୟ କୁମାର ବେହେରା, ସମ୍ପାଦକ ଶ୍ରୀ ସିଦ୍ଧାର୍ଥ(ବାପୁନ୍)ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ରୀ ନବୀନ ବିଷୋଇ, ନରସିଂହ ବେହେରା, ନରସିଂହ ସେଠୀ, ସୀତାନାଥ ବିଶ୍ବାଳ, ରିଂକୁ ମଣ୍ଡଳ, ସୁକ୍ରିୟା ପ୍ରଧାନ, ଜଗଦୀଶ ବିଶୋୟୀ ପ୍ରମୁଖ ଚାଷୀ ନେତା ଉପସ୍ଥିତ ଥିବାର ଜଣାଯାଇଛି । ଏଥିସହ ଜିଲ୍ଲାପାଳ, ତହସିଲଦାର, ସମବାୟ ଉପ ନିବନ୍ଧକ, ସାଧାରଣ ବଣ୍ଟନ ଅଧିକାରୀ ଉପ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଆବେଦନ ପ୍ରଦାନ କରାଯାଇଥିବା ଜଣାପଡିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles