ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଧାନସଭା ଘେରାଓ

0
239

ରିପୋର୍ଟ : ଦେବଦତ୍ତ ରଥ //
ଭୁବନେଶ୍ୱର, (୦୯/୧୨) : ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଆଜି ବିଜେପି ଯୁବମୋର୍ଚ୍ଚା ତରଫରୁ ବିଧାନସଭା ଘେରାଓ କରାଯାଇଥିଲା । ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ରାଜ୍ୟ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ ।

ଏହା ପରେ ହଜାର ହଜାର ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଇଥିଲେ । ପୂର୍ବରୁ ପ୍ରସ୍ତୁତ ଥିବା ପୋଲିସ ଶୋଭାଯାତ୍ରାକୁ ବଳପ୍ରୟୋଗ କରି ଅଟକାଇଥିଲେ । ଏହାପରେ ବିଜେପି ଏବଂ ପୋଲିସ୍ ଉଭୟଙ୍କ ମଧ୍ୟରେ ଆକ୍ରମଣ ଏବଂ ପ୍ରତିଆକ୍ରମଣ ହୋଇଥିଲା । ଏଥିରେ ଉଭୟ ବିଜେପି କାର୍ଯ୍ୟକର୍ତ୍ତା ଏବଂ ପୋଲିସ୍ ଆହତ ହୋଇଥିବା ଜଣାପଡ଼ିଛି ।71865e66 8606 4801 80af e5f45b0d40b4 ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଧାନସଭା ଘେରାଓ

ବିଜେଡି ଶାସନରେ ମହିଳା ବିପଦରେ । ରାଜ୍ୟରେ ପ୍ରତିଦିନ ୪ ଟି ଧର୍ଷଣ ଓ ୬ ଟି ଅପହରଣ ଘଟି ଚାଲିଛି । ଗତ ୫ ବର୍ଷରେ ରାଜ୍ୟରେ ୨୭ ହଜାରରୁ ଉର୍ଦ୍ଧ୍ୱ ଶିଶୁ ନିଖୋଜ ଅଛନ୍ତି । ମହିଳା ସଶକ୍ତିକରଣ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କ ଅସଲ ଚେହେରା ପଦାରେ ପଡ଼ିସାରିଛି । ବହୁଚର୍ଚ୍ଚିତା ମମିତା ମେହେରଙ୍କୁ ଯେଉଁ ଭଳି ଭାବେ ପ୍ରଥମେ ଅପହରଣ କରାଯିବା ପରେ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରାଯାଇ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡ଼ି ପୋତି ଦିଆଯିବା ଘଟଣା ଜନମାନସକୁ ଆନ୍ଦୋଳିତ କରିଛି । ଏହି ବର୍ବରୋଚିତ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ଭଳି ଭାବରେ ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମହାପାପୀ ତଥା ଅପରାଧୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ପାଖରେ ବସାଉଛନ୍ତି, ପୋଲିସ ମାଧ୍ୟମରେ ସୁରକ୍ଷା ଦେଉଛନ୍ତି ।

ନବୀନ ବାବୁଙ୍କ ଶାସନରେ ମାଳ ମାଳ ଦୁର୍ଯ୍ୟୋଧନ, ମାଳ ମାଳ ଦୁଃଶାସନ ଓ ଶହ ଶହ ଗୋବିନ୍ଦ ସାହୁ ସୃଷ୍ଟି ହୋଇଛନ୍ତି । ଆଜି ରାଜ୍ୟରେ ଯେଉଁ ଭଳି ଭାବେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସୃଷ୍ଟି ହୋଇଛି, ତାହା ଅତୀତରେ କେବେ ହୋଇ ନ ଥିଲା । ତଥାପି ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ସାଜି ଅପରାଧ କୁ ଆହୁରି ଅଧିକ ପ୍ରୋତ୍ସାହିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନାଁ, ବିଧାନସଭା ଆସୁଛନ୍ତି, ନାଁ ସାଧାରଣ ଜନତାଙ୍କୁ ଭେଟୁଛନ୍ତି । ମୁଖ୍ୟମନ୍ତ୍ରୀ କେବେ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିବେ ? ମା’ ଓ ଭଉଣୀଙ୍କ ବେଇଜ୍ଜତ ବିରୁଦ୍ଧରେ ଆଜିର ଏହି ଲଢ଼େଇ । ଭାରତୀୟ ଯୁବମୋର୍ଚ୍ଚା ଏହି ଲଢ଼େଇ ଆରମ୍ଭ କରିଛି ଏବଂ ଆଗାମୀ ଦିନରେ ଏହି ଲଢ଼େଇକୁ ନିର୍ଣ୍ଣାୟକ ମୋଡ଼ ପର୍ଯ୍ୟନ୍ତ ନିଆଯିବ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ନହେବା ପର୍ଯ୍ୟନ୍ତ ଏବଂ ଏହି ସମ୍ବେଦନଶୀଳ ଘଟନାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା ନହେବା ପର୍ଯ୍ୟନ୍ତ ଏହି ଲଢେଇ ଜାରୀ ରହିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।2ef18332 36f4 4a04 bd03 23e58d1836a7 ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଧାନସଭା ଘେରାଓ

ମାହାଙ୍ଗା ଟ୍ରିପଲ୍ ମର୍ଡର ଘଟଣାରେ କୋର୍ଟ କହିଲା ପରେ ବି ପୋଲିସ ନିଷ୍କ୍ରିୟ।ପୋଲିସ ଅପରାଧୀଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ନବୀନ ବାବୁଙ୍କ ସରକାର ଅପରାଧୀଙ୍କୁ ପୋଲିସ ମାଧ୍ୟମରେ ଖସାଇ ଦେଉଥିବା ବେଳେ ବିରୋଧୀଙ୍କ ଆନ୍ଦୋଳନକୁ ପୋଲିସ୍ ଲଗାଇ ଦମନ କରୁଛି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ମମିତା ମେହେରଙ୍କୁ ନ୍ୟାୟ ପାଇଁ ବିରୋଧୀ ଆନ୍ଦୋଳନ କରୁଥିବା ବେଳେ ଶାସକ ବିଜେଡି ଆତ୍ମରକ୍ଷା ପାଇଁ ବାଦି ପାଲା ନାଟକ କରୁଛି । ମମିତା ହତ୍ୟା ଘଟଣାରେ ଉତ୍ତର ଦେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭା କୁ ଆସୁ ନାହାଁନ୍ତି ।

ବିଧାନସଭାକୁ ଡରୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ତାଲା ପକାଇଛି କିଏ ? ବିଧାନସଭା କୁ ନ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ରେ ଜଞ୍ଜୀର ପକାଇଛି କିଏ ବୋଲି ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୁହଁ ନଲୁଚାଇ ବିଧାନସଭାକୁ ଆସନ୍ତୁ ଓ ରାଜ୍ୟବାସୀଙ୍କ ନିକଟରେ ଉତ୍ତର ରଖି ମମିତା ପରିବାରକୁ ନ୍ୟାୟ ଦିଅନ୍ତୁ । ମମିତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ, ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ସିବିଆଇ ତଦନ୍ତ ନହେବା ପର୍ଯ୍ୟନ୍ତ ବିଜେପିର ଲଢେଇ ଜାରି ରହିଛି, ଆଗକୁ ଆହୁରି ଜୋରଦାର ଲଢେଇ ହେବ ବୋଲି ଇରାସିସ୍ ଆଚାର୍ଯ୍ୟ କହିଛନ୍ତି ।581710a6 789a 4f36 a30c 22f25001a953 ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଧାନସଭା ଘେରାଓ

ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆୟୋଜିତ ଏହି ବିଧାନସଭା ଘେରାଓ କାର୍ଯ୍ୟକ୍ରମରେ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ନାଉରୀ ନାଏକ, ମୁକେଶ ମହାଲିଙ୍ଗ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଟଙ୍କଧର ତ୍ରିପାଠୀ, ଯୁବମୋର୍ଚ୍ଚା ରାଷ୍ଠ୍ରୀୟ ଉପସଭାନେତ୍ରୀ ଅର୍ପିତା ବଡ଼ଜେନା, ରାଜ୍ୟ ସାଧାରଣ ସମ୍ପାଦକ ଓମପ୍ରକାଶ ମିଶ୍ର, ଦୀପକ ଗୋଚ୍ଚାୟତ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ବିଶାଲ ସମାବେଶକୁ ସମ୍ବୋଧନ କରିଥିଲେ ।