Friday, March 29, 2024

Top 5 This Week

Related Posts

ଟ୍ରେନରେ ଗଞ୍ଜେଇ ଚାଲାଣ ବେଳେ ପୋଲିସ ର ଚଢାଉ ୨୨ କେଜି ଗଞ୍ଜେଇ ଜବତ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୦/୧୨) : ଗୁରୁବାର ଭୁବନେଶ୍ୱର ରେଳଷ୍ଟସନ ରୁ ଜିଆର ପୋଲିସ ଟ୍ରେନରେ ଗଞ୍ଜେଇ ଚାଲାଣ ବେଳେ ୨୨ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ହେଲା ବିହାରର ସୁନିଲ୍ କୁମାର ପାଟ୍ଟଣା । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୨ ଲକ୍ଷ ୨୧ ହଜାର ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁବାର ସକାଳ ୬ ଟା ସମୟରେ କୋରାପୁଟ ରୁ ଭାୟା ଭୁବନେଶ୍ୱର ଦେଇ ବିହାର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରେ ଗଞ୍ଜେଇ ଚାଲାଣ ହେଉଥିବା ଜିଆରପି ଥାନା ଅଧିକାରୀ ବିଶେଷ ସୂତଅରୁ ଖବର ପାଇଥିଲେ । ଖବର ପାଇବା ପରେ ଟ୍ରେନ୍ ରେ ଏକ ଟିମ୍ ଚେକିଂ ଚଳାଇ ୧ ନମ୍ବର ପ୍ଲାଟ୍ଫର୍ମ ରୁ ଜଣେ ବିହାର ର ଯୁବକ କୁ କାବୁ କରିଥିଲେ ।

ଯାଞ୍ଚ ପରେ ତା’ ଠାରୁ ୨୨ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୨୧ ହଜାର ହେବ ବୋଲି ଜିଆରପି ପକ୍ଷରୁ ସୂଚନା ଦିଆଯାଇଛି । ପଚରାଉଚରା ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ, କୋରାପୁଟ ର ଗଞ୍ଜେଇ ମାଫିଆଙ୍କ ଠାରୁ ସେ ଗଞ୍ଜେଇ କିଣି ହିରାଖଣ୍ଡ ଏକ୍ସପ୍ରେସ ଯୋଗେ ଭୁବନେଶ୍ୱର ଆଣିଥିଲା । ଏ ନେଇ ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି ।

Popular Articles