କୋଟପାଡ଼ ବ୍ଲକ ର ଯୁବକ ବିଶାଖାପାଟଣା ରେ ନିଖୋଜ

0
245

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୦/୧୨) : କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ବ୍ଲକ ଭନସୁଲି ଗ୍ରାମ ର ଲାଲୁ ମହାନ୍ତି ନାମକ ଜଣେ ଯୁବକ ଚଳିତ ଡିସେମ୍ବର ୧ ତାରିଖ ରୁ ନିଖୋଜ ହୋଇ ଯାଇଥିବା ଜଣା ପଡ଼ିଛି । ବିଶାଖାପାଟଣା ଲାଲୁ ରେଳ ଷ୍ଟେସନ ରୁ ନିଖୋଜ ହୋଇ ଯାଇଥିବା ଜଣା ପଡ଼ିଛି ।

କୋଟପାଡ଼ ବ୍ଲକ ର ନିଖୋଜ ଯୁବକ ଲାଲୁ କୌଣସି କାମରେ ବିଶାଖାପାଟଣା ଯାଇ ଥିଲେ । ବିଶାଖାପାଟଣା ରେ ତାଙ୍କ କାମ ସାରି ଫେରିବା ସମୟରେ ରେଳ ଷ୍ଟେସନ ରୁ ନିଖୋଜ ହୋଇ ଯାଇଥିବା ପରିବାର ବର୍ଗ କୋଟପାଡ ଥାନା ତଥା ବିଶାଖାପାଟଣା ରେଲୱେ ପୁଲିସ କୁ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଲାଲୁ ଙ୍କ କୌଣସି ଖୋଜ ଖବର ମିଳି ନ ଥିବା ବେଳେ ପରିବାର ତରଫରୁ ମଧ୍ୟ ଖୋଜା ଖୋଜି ଜାରି ରହିଛି ।