ମଧୁସୂଦନପୁର ପ୍ରାଥମିକ ବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀଉତ୍ସବ ପାଳିତ

0
318

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୦/୧୨) : ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ ଅନ୍ତର୍ଗତ ମଧୁସୂଦନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।fdbde135 e134 453a 9300 f9ab90731a5f ମଧୁସୂଦନପୁର ପ୍ରାଥମିକ ବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀଉତ୍ସବ ପାଳିତ

ମଧୁସୂଦନପୁର ପ୍ରାଥମିକ ବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀଉତ୍ସବ ରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦେବରାଜ ପ୍ରଧାନ, ସମ୍ମାନିତ ଅତିଥି ଭାବେ କଣ୍ଟାମାଲ ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଫାଲ୍ଗୁନି ମାଝୀ, ମୁଖ୍ୟ ବକ୍ତା ଭାବେ ସିଆରସିସି ଗୁପ୍ତେଶ୍ଵର ମିଶ୍ର, ସିଆରସିସି ସତ୍ୟ ନାଏକ, ସୁବର୍ଣ୍ଣ ଜୟନ୍ତୀ କମିଟି ର ସଭାପତି ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ପ୍ରଧାନ ଶିକ୍ଷକ ଶ୍ରୀ ସାନନ୍ଦ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଗ୍ରାମ ର ଦେବା ଦେବୀ ଙ୍କ ଆଶିର୍ବାଦ ଭିକ୍ଷା କରି ଗ୍ରାମବାସୀ ତଥା ନୂତନ ଓ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ନେଇ ଗ୍ରାମରେ ଏକ ମଶାଲ ଶୋଭାଯାତ୍ର କରାଯାଇଥିଲା । ପରେ ପରେ ସୁବର୍ଣ୍ଣ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା । ପୁରାତନ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା ।

ପରେ ପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବୋୖଦ୍ଧ ଜିଲ୍ଲାରେ ପ୍ରଥମ କରି ଏକ ଛୋଟ ଗାଁ ଏବଂ ପ୍ରାଥମିକ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ଗ୍ରାମବାସୀ ଏବଂ ଶିକ୍ଷକ ମହଲରେ ଖୁସି ବ୍ୟକ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଏଥିରେ ମଧୁସୂଦନପୁର ତଥା ଆଖ ପାଖ ଗ୍ରାମର ଶତାଧିକ ଗ୍ରାମବାସୀ ଏବଂ ବ୍ଲକ ର ପ୍ରାୟ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ମାନେ ଯୋଗ ଦେଇଥିଲେ ।ପରିଶେଷରେ ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀ ଓ ପୁରାତନ ସର୍ବ ପ୍ରଥମ ଦଶମ ଶ୍ରେଣୀ ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ ସହିତ ବୁକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଉତ୍ସବ ଟି ସମାପନ ହୋଇଥିଲା ।