ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ଜଳ ସଂରକ୍ଷଣ ଅଭିଯାନ

0
390

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୦/୧୨) : ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଜାତୀୟ ଯୁବ ସମାଜସେବୀ ସୁଧିର ଦୀପ ଙ୍କ ତତ୍ତ୍ୱାବଧାନରେ ଛତ୍ରଙ୍ଗ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ଜଳ ସଂରକ୍ଷଣ ଅଭିଯାନ ପାଳିତ ହୋଇଯାଇଛି ।

ନାରାୟଣ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ରାଉତ, ମୁଖ୍ୟ ବକ୍ତା ଭାବେ ବିଜ୍ଞାନ ଶିକ୍ଷକ କମଳ କୁମାର ବାଇ, ଶିକ୍ଷକ ନିରଞ୍ଜନ ଆଚାର୍ଯ୍ୟ, ନିରଞ୍ଜନ ସାହୁ, ଶିକ୍ଷୟତ୍ରୀ ସ୍ବର୍ଣ୍ଣକାନ୍ତି ସାହୁ, ପ୍ରମୁଖ ଯୋଗଦେଇ ଜଳ ସଂରକ୍ଷଣ ର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜଳ ସଂରକ୍ଷଣ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ କ୍ରମାନ୍ଵୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସୂର୍ଯ୍ୟକାନ୍ତ ମହାପାତ୍ର, ସଂଧ୍ୟାରଣୀ ବାରିକ ଓ ଶ୍ରାବଣୀ ରାଉତ ଙ୍କୁ ନେହେରୁ ଯୁବ କେନ୍ଦ୍ରର ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଶେଷରେ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ବର୍ଷା ଜଳକୁ ସଂଗ୍ରହ କରିବା ନିମନ୍ତେ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମ କୁ ବିଜୟ ଲକ୍ଷ୍ମୀ ପ୍ରଧାନ ପାରିଚଳନା କରିଥିବା ବେଳେ ଛାତ୍ରୀ ଯସଶ୍ୱିନୀ ପ୍ରଧାନ ଧନ୍ୟବାଦ ଦେଇଥିଲେ ।