ଫରେଷ୍ଟ ଛକ ମେନ୍ ରୋଡ ପାର୍ଶ୍ଵରେ ଡ୍ରେନ ନିର୍ମାଣ ଦାବୀ

0
247

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୦/୧୨) : ସ୍ଥାନୀୟ ତିରୁପତି ମନ୍ଦିର ଠାରୁ ଷ୍ଟେଟ ବ୍ୟାଙ୍କ ପର୍ଯ୍ୟନ୍ତ ରାସ୍ତା ର ଦୋହରିକରଣ କରାଯାଉଛି ଯାହାକି ମୂଳରୁ ବିବାଦ ମଧ୍ୟ ଦେଇ ଗତି କରି ଆସୁଅଛି । ଫରେଷ୍ଟ ଛକ ମେନ୍ ରୋଡ ପାର୍ଶ୍ଵରେ ଡ୍ରେନ ନିର୍ମାଣ ଦାବୀ ଜୋର୍ ଧରିଛି ।

ପ୍ରକାଶ ଥାଉ କି ମୂଳରୁ ବିବାଦ ମଧ୍ୟରେ ଛଂଦି ହୋଇ ଆସୁଛି । ବର୍ଷା ଦିନ ରେ ରୋଡ ଖୋଳିବା, କାର୍ଯ୍ୟରେ ବିଳମ୍ବ, ନିମ୍ନ ମାନ ର ମେଟେରିଅଲ ବ୍ୟବହାର ହେବା ଇତ୍ୟାଦି । ଏବେ ପୁଣି ନୁଆରେ ଫରେଷ୍ଟ ଛକ ମେନ୍ ରୋଡ ପାର୍ଶ୍ଵରେ ଡ୍ରେନ ନିର୍ମାଣ ଦାବୀ ଜୋର୍ ଧରିଛି । ଏହି ଅଞ୍ଚଳ ର ବିଜେପି ନେତା ଧନଞ୍ଜୟ ଓ ଆର୍ ନାରାୟଣ ରାଓ ପୂର୍ତ୍ତ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାସ ଙ୍କୁ ଅଭିଯୋଗ ଦେଇଥିଲେ କି ଯଥାଶୀଘ୍ର ଡ୍ରେନ ନିର୍ମାଣ କରିବା ପାଇଁ, ସେ ସରଜ୍ ମିନ ତଦନ୍ତ କରିଥିଲେ ।

ସେ ଗଣ ମାଧ୍ୟମ କୁ କହିଲେ କି ଉଭୟ ପଟରୁ ଜବର୍ ଦାଖଲ ହଟାଇବା ପାଇଁ ତହସିଲଦାର ଙ୍କୁ ଲେଖାଯିବ ତାପରେ ଡ୍ରେନ ନିର୍ମାଣ କରାଯିବ । ଇତିମଧ୍ୟରେ ସେହି ଇଲାକା ର ବହୁ ଲୋକ ଡ୍ରେନ ନିର୍ମାଣ କରିବାକୁ ବିରୋଧ କରିବାକୁ ଅଣ୍ଟା ଭିଡିଛନ୍ତି । ଏଣୁ ସେହି ରୋଡ ର ଭାଗ୍ୟ ଜେ କଣ ହେବ ଏହାର ସ୍ଥାୟୀତ୍ବ କେତେ ଦିନ ତାହା ସମୟ ହିଁ କହିବ ।