ନନ୍ଦନ ବନ ର ୧୨୪.୮୬ ଏକର ରେ ବେଆଇନ ଗଞ୍ଜେଇ ଚାଷ କୁ ନଷ୍ଟ କଲା ଅବକାରୀ ବିଭାଗ

0
253

ରିପୋର୍ଟ : ସୁଶାନ୍ତ ବେହରା
ହରଭଙ୍ଗା, (୧୦/୧୨) : ହରାଭଙ୍ଗା ବ୍ଲକ ବୌଦ୍ଧ ଥାନା ଅନ୍ତର୍ଗତ ଆଗକୁ ହେବାକୁ ଥିବା ବୌଦ୍ଧ ଜିଲ୍ଲା ର ନନ୍ଦନ ବନ ର ୧୨୪.୮୬ ଏକର ରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ କୁ ଆଜି ଅବକାରୀ ବିଭାଗ ନଷ୍ଟ କରିଥିବା ଜଣାପଡିଛି |

ସୂଚନା ଅନୁଯାଇ ନନ୍ଦନ ବନ ସଂଲଗ୍ନ ବିରାମଚନ୍ଦ୍ରପୁର ଓ ରା଼ମ୍ଭିକଟା ଅଞ୍ଚଳ ରେ ହେଉଥିବା ବେଆଇନ ଗଞ୍ଜେଇ ଚାଷ କୁ ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ ଅବକାରୀ ବିଭାଗ, ଜିଲ୍ଲା ସ୍ୱେଚ୍ଛା ସେବୀ ଫୋର୍ସ, ରେଭେନ୍ୟୁ ଷ୍ଟାପ, ଫରେଷ୍ଟ ଷ୍ଟାପ ଙ୍କ ମିଳିତ ଚଢ଼ାଉ ରେ ୧୨୪.୮୬ ଏକର ସରକାରୀ ଜମିରେ ହୋଇଥିବା ଗଞ୍ଜେଇ ଚାଷ କୁ ନଷ୍ଟ କରାଯାଇଥିଲା |

ଏହି ଚଢ଼ାଉ ରେ ଅବକାରୀ ବିଭାଗ ବୌଦ୍ଧ ଥାନା ର ଏସ ଆଇ ତପନ କୁମାର ସ୍ୱାଇଁ, ଏ ଏସ ଆଇ ରମାକାନ୍ତ ପ୍ରଧାନ ଉପସ୍ଥିତ ଥିବା ବେଳେ ବୌଦ୍ଧ ଥାନାରେ ଏହାକୁ ନେଇ କେସ ନମ୍ବର ୩୦୮, U/S20(a)(i)NDPS ଆକ୍ଟ ରେ ଏକ କେସ ରୁଜୁ ହୋଇଥିବାର ଜିଲ୍ଲା ବୌଦ୍ଧ ଥାନା ଅଧିକାରୀ ସୂଚନା ଦେଇଛନ୍ତି | ନନ୍ଦନ ବନ ଏରିଆ ରେ ଏଭଳି କାର୍ଯ୍ୟ କୁ ନେଇ ଆଜି ବୁଦ୍ଧିଜୀବି ମହଲ ରେ ଚର୍ଚ୍ଚା ର ବିଷୟ ପାଲଟିଛି |