କମଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିତୃମାତୃ ମଞ୍ଚ ର ବୈଠକ

0
177

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୧/୧୨) : ହରଭଙ୍ଗା ବ୍ଲକ ର କମଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପିତୃମାତୃ ମଞ୍ଚ ର ଏକ ବୈଠକ ଅନୁଷ୍ଠିତ ହୋଇଛି ।

ଏହି ବୈଠକରେ ସମ୍ପ୍ରତି କୋଭିଡ ସମୟରେ ବିଦ୍ୟାଳୟ ଶିକ୍ଷାଦାନରେ କିପରି ସତର୍କତା ନିଆଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।  ଦୀର୍ଘଦିନ ଧରି କମଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଥିବାରୁ ବିଦ୍ୟାଳୟ ପରିବେଶ ର ପୁର୍ନରୁଦ୍ଧାର ଏବଂ ଆବଶ୍ୟକ ମରାମତି ପାଇଁ ଆଲୋଚନା କରାଯାଇଥିଲା । ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଏ ପର୍ଯ୍ୟନ୍ତ ଖୋଲି ନ ଥିବାରୁ ଛାତ୍ରଛାତ୍ରୀ ଙ୍କ ହିତ ଦୃଷ୍ଟିରୁ ଶିକ୍ଷକ ମାନେ ଗ୍ରାମ ର କମ୍ୟୁନିଟି ସେଣ୍ଟର କିମ୍ବା ଘରେ ଯାଇ ପାଠ ପଢ଼ିବାକୁ ପ୍ରସ୍ତାବ ଦିଆଯାଇଥିଲା । ଚଳିତ ବର୍ଷ ର ଶିକ୍ଷଣ ଆକଳନ ଫଳାଫଳ ଉପରେ ପ୍ରଧାନ ଶିକ୍ଷକ ନିର୍ମଳ ରଣା ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ ।