ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ କଲେଜରେ ନବାଗତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0
216

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୧/୧୨) : ବୌଦ୍ଧ ଜିଲ୍ଲା ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଙ୍କ ତରଫରୁ ନବାଗତ ଛାତ୍ରଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ କଲେଜ ଅଧ୍ୟକ୍ଷ ପ୍ରିୟନାଥ ଶର୍ମା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗ ର ବିଭାଗ ମୁଖ୍ୟ ଅଧ୍ୟାପକ ରମେଶ ଚନ୍ଦ୍ର ତାରେଣିଆ ଯୋଗ ଦେଇ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ଓ ନମ୍ରତା ରକ୍ଷା କରିବା ଜଣେ ଶିକ୍ଷାର୍ଥୀ ର ଉତ୍ତମ ଗୁଣ କୁ ବୁଝାଏ ବୋଲି ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ହିମାଂଶୁ ଶେଖର ରାଉତ, ସୁଦାମ ଚରଣ ପୃଷ୍ଟି, ମନୋଜ କୁମାର ପ୍ରହରାଜ, ଲଳିତ କୁମାର ମହାପାତ୍ର ଓ ଅଧ୍ୟାପିକା ସସ୍ମିତା ହାଁସଦା ପ୍ରମୁଖ ଯୋଗ ଦେଇଥିଲେ ।

କଲେଜ ର ପୂର୍ବତନ ଛାତ୍ର ଓ ଯୁବ ସମାଜସେବୀ ସୁଧିର ଦୀପ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିବା ବେଳେ ଛାତ୍ର ଧନଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।