କଲ୍ୟାଣସିଂହପୁର ବ୍ଲକ ରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

0
285

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୧/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ବିଭିନ୍ନ ସମସ୍ୟାକୁ ନେଇ ଜିଲା ବିଜେପି ଯୁବ ମର୍ଚ୍ଚା ପକ୍ଷରୁ ସିକରପାଇ ସଦର ପାଠାଗାର ଠାରେ ସାମ୍ବାଦିକ (ପ୍ରେସବିବୃତି) ସମ୍ମିଳନୀ ରେ କହିଛନ୍ତି ।

ରାଜ୍ୟ ନିମତ୍ରିତ ବିଜେପି ସଦସ୍ୟ ବସନ୍ତ ଉଲ୍ଲାକା, ଜିଲ୍ଲା ଯୁବ ମର୍ଚ୍ଚା ର ସଭାପତି ଶ୍ୟାମ କୁମାର ଦାସ, ବ୍ଲକର ‘କ’ ଜନ ସଭାପତି ରାମାରଓ କାଡ୍ରାକା ‘ଖ’ ଜନ ର ସଭାପତି ମନୋଜ କୁମାର ସେଠୀ ଜିଲ୍ଲା ଯୁବ ମର୍ଚ୍ଚା ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ସମ୍ପାଦକ କୃଷ୍ଟ ଚନ୍ଦ୍ର ସାମଲ ସମେତ ବ୍ଲକର ବିଭିନ୍ନ ପଞ୍ଚାୟତ ର ବିଜେପି କର୍ମୀ ଙ୍କ ଉପସ୍ଥିତରେ ସଭାପତି ଶ୍ରୀ ଦାସ କହିଛନ୍ତି ଯେ କଲ୍ୟାଣସିଂହପୁର ବ୍ଲକ ରେ ଭ୍ରଷ୍ଟାଚାର, ଦୁର୍ନୀତି, ଅନ୍ୟାୟ , ୬୦ ରୁ ୭୦ ଭାଗ ବିଜେଡି ଦଳୀୟ କର୍ମୀ ମାନଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଛି କିନ୍ତୁ ପ୍ରକୃତ ହିତାକାରୀ ଙ୍କୁ ଚିହ୍ନଟ କରି ଦିଆଯାଇନି ବୋଲି କହିଛନ୍ତି ।

ଶିକ୍ଷା କ୍ଷେତ୍ରରେ ଅବହେଳା, କାଗଜପତ୍ର ରେ ଚାଲିଛି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, କିନ୍ତୁ ପ୍ରକୃତରେ କାର୍ଯ୍ୟ ହେଉ ନ ଥିବା କହିଥିଲେ । ଗୁଣ୍ଡରାଜ ରାଜନୀତି ଚଳିବ ନାହିଁ, ମୌଳିକ ସୁବିଧା ରୁ ବଞ୍ଚିତ ନିରୀହ ଜନତା । ସରକାରଙ୍କ ମାଳମାଳ ଯୋଜନା କରିଛନ୍ତି । ଏହା ଲୋକଙ୍କ ପାଖରେ ନ ପହଞ୍ଚିବା କାରଣ ହେଉଛି ପ୍ରଶାସନ ହିଁ ଦାୟୀ । ଉକ୍ତ ବ୍ଲକ ର ୧୪ ଟି ପଞ୍ଚାୟତ ରେ ବିଭିନ୍ନ ବିଭାଗ ଦ୍ଵାରା କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ବିଡ଼ିଓ ଙ୍କ ସହ ଭାଜପା କର୍ମୀ ମିଳିତରେ ସ୍ଵଚକ୍ଷୁରେ ଦେଖିବୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦେବଗିରି ମହାବିଦ୍ୟାଳୟର ନାବାଳକ ଓ ନାବାଳିକା ଫେରାର ଘଟଣା କୁ ନେଇ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ମଧ୍ୟ ପୁଲିସ କାର୍ଯ୍ୟରେ ଅବହେଳା କରୁଥିବା କହିଛନ୍ତି ।

ମମିତା ମେହେର ଙ୍କ ଭଳି ଚାଞ୍ଚଲ୍ୟକର ଘଟଣା ରାଜ୍ୟରେ ହଇଚଇ ହେଉଥିବା ବେଳେ ବର୍ତ୍ତମାନ ରାୟଗଡା ଜିଲା ରେ ମଧ୍ୟ ଦେବଗିରି ମହାବିଦ୍ୟାଳୟ ର ନାବାଳିକା ଓ ନାବାଳକ ଫେରାର ଘଟଣାର ତଦନ୍ତ କରି ନା ବାଳିକା କୁ ୨୪ ଘଣ୍ଟା ମଧ୍ୟରେ ହସ୍ତାନ୍ତର ନ କଲେ ଆଗାମୀ ଦିନରେ ଥାନା ଘେରାଉ କରିବା ସହ ଜନ ଆନ୍ଦୋଳନ କରି ଧୂଳି ଉଡ଼େଇବୁ ବୋଲି କହିଛନ୍ତି ।