ଭିଜନ ଡକ୍ୟୁମେଣ୍ଟ ପାଇଁ ବୈଠକ : ଓଡିଶା ନ୍ୟୁଜ୍ ୨୪ ପ୍ରଭାବ

0
161

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୨/୧୨) : ଗତ ୯ ତାରିଖରେ କାଶୀନଗର ପୌର ପରିଷଦ ର ଭିଜନ ଡକ୍ୟୁମେଣ୍ଟ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରକାଶ ଥାଉ କି ପୌର ପରିଷଦ ରେ ବହୁ କାର୍ଯ୍ୟ ଦିଶାହୀନ ତଥା ଏକ ଦୀର୍ଘ ମିଆଦି ଯୋଜନା କରୁ ନ ଥିବାରୁ କାଶୀନଗର ନାଗରିକ ମଞ୍ଚ ତରଫରୁ ଏକ ସ୍ମାରକ ପତ୍ର ଦେବା ଓ ବାରମ୍ବାର ଓଡିଶା ନ୍ୟୁଜ୍ ୨୪ ରେ ମୌଳିକ ସୁବିଧା ରୁ ବଞ୍ଚିତ କାଶୀନଗର ବାସୀ ଙ୍କ ଖବର ପ୍ରସାରିତ ହେବା ପରେ ଗତ ୯ ତାରିଖରେ ପୌର ନିର୍ବାହୀ ଅଧିକାରୀ ଏକ ବୈଠକ କରି ଭିଜନ ଡକ୍ୟୁମେଣ୍ଟ କରିବା ପାଇଁ ନିଷ୍ପତି ନେଲେ । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି । ସେମାନଙ୍କ କହିବା ହେଲା କି, କୌଣସି ପ୍ରକଳ୍ପ କରାଗଲେ ଆଗାମୀ ୨୦/୩୦ ବର୍ଷ ଆଖି ଆଗରେ ରଖି କଲେ ଭବିଷ୍ୟତ ପିଢ଼ି ପାଇଁ କାର୍ଯ୍ୟରେ ଲାଗିବ ।

ସେଭଳି ଯୋଜନା କରିବାକୁ ହେଲେ କିଛି ଅବସର ପ୍ରାପ୍ତ ଇଞ୍ଜିନିୟର ଅଭିଜ୍ଞ ରାଜନୈତିକ ବ୍ୟକ୍ତି, ବୁଦ୍ଧିଜୀବୀଙ୍କୁ ନେଇ ଆଲୋଚନା କଲେ ନିଷ୍କର୍ଷ ବାହାରିବ ଏବଂ ସେହି ଡକ୍ୟୁମେଣ୍ଟ ଆଗାମୀ ପାଞ୍ଚ ବର୍ଷ ପାଳନ କଲେ ଏକ ସ୍ୱଚ୍ଛ ଓ ସୁନ୍ଦର କାଶୀନଗର ସ୍ବପ୍ନ ସାକାର ହେବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।