ବଲାଙ୍ଗୀର ଜିଲ୍ଲାପାଳ ଙ୍କ ଦ୍ୱାରା ବ୍ୟାଙ୍କ ଅଫ ମହାରାଷ୍ଟ୍ର, ବଲାଙ୍ଗୀର ଶାଖା ଉଦଘାଟିତ

0
263

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୩/୧୨) : ଆଜି ବଲାଙ୍ଗିର ସ୍ଥାନୀୟ ଏଲ୍‌ଆଇସି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ “ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ର”ର ବଲାଙ୍ଗିର ଶାଖା ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ବ୍ୟାଙ୍କ୍‌କୁ ଉଦ୍‌ଘାଟନ କରିଛନ୍ତି ।2e9bcb88 2afb 457d a6da b67e164e2eac ବଲାଙ୍ଗୀର ଜିଲ୍ଲାପାଳ ଙ୍କ ଦ୍ୱାରା ବ୍ୟାଙ୍କ ଅଫ ମହାରାଷ୍ଟ୍ର, ବଲାଙ୍ଗୀର ଶାଖା ଉଦଘାଟିତ

ଅନ୍ୟତମ ଅତିଥି ଭାବରେ ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ର’ର ଡେପୁଟି ଜୋନାଲ୍‌ ମ୍ୟାନେଜର ଶଶାଙ୍କ ସାହୁ ଯୋଗ ଦେଇଥିଲେ । ବଲାଙ୍ଗୀର ଜିଲ୍ଲାପାଳ ଙ୍କ ଦ୍ୱାରା ବ୍ୟାଙ୍କ ଅଫ ମହାରାଷ୍ଟ୍ର, ବଲାଙ୍ଗୀର ଶାଖା ଉଦଘାଟିତ ବଲାଙ୍ଗିର ଶାଖାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୩ ଗୋଟି ଶାଖା ଖୋଲା ଯାଇଛି । ଆଗକୁ ମଧ୍ୟ ବଲାଙ୍ଗିର ଜିଲ୍ଲାର ଅନେକ ସ୍ଥାନରେ ବ୍ୟାଙ୍କ ଶାଖା ଖୋଲିବାର ବ୍ୟବସ୍ଥା ରହିଛି । ବ୍ୟାଙ୍କ ଗ୍ରାହକ ମାନଙ୍କପାଇଁ ଅନେକ ସୁବିଧା ସୁଯୋଗ ଆଣିଛି ଏହି “ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ର” ।a3bedc65 da23 4750 8cac f5b0b6bb15f0 ବଲାଙ୍ଗୀର ଜିଲ୍ଲାପାଳ ଙ୍କ ଦ୍ୱାରା ବ୍ୟାଙ୍କ ଅଫ ମହାରାଷ୍ଟ୍ର, ବଲାଙ୍ଗୀର ଶାଖା ଉଦଘାଟିତ

ଅନ୍ୟ ବ୍ୟାଙ୍କ ଅପେକ୍ଷା “ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ର” ରେ ସୁନାଋଣ, ଗୃହଋଣ, ଗାଡ଼ି ଋଣ ସମେତ ବିଭିନ୍ନ ପ୍ରକାର ଋଣ କମ ସୁଧ ହାରରେ ମିଳିପାରିବ ବୋଲି ସୂଚନା ଦେଇଛନ୍ତି ଡେପୁଟି ଜୋନାଲ୍‌ ମ୍ୟାନେଜର। ଏଥିରେ ଅଧ୍ୟକ୍ଷତା କରିଥିଲେ ବଲାଙ୍ଗିର ଶାଖାର ଜିଏମ୍‌ ଲୋକନାଥ ସାହୁ | ଏହି ବ୍ୟାଙ୍କ୍‌ ସର୍ବସାଧାରଣଙ୍କୁ ବିଶେଷ ଆର୍ଥୀକ ସହାୟତା ପ୍ରଦାନ କରିବ ବୋଲି ଆଶା ପ୍ରକାଶ କରାଯାଇଛି ।