ହର ଘର୍ ଦସ୍ତକ ଅଭିଯାନ ଆରମ୍ଭ

0
238

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୩/୧୨) : ହର ଘର୍ ଦସ୍ତକ ଅଭିଯାନ ଆରମ୍ଭ । କରନାର ଦ୍ଵିତୀୟ ଲହର ଯାଇଛିକି ନାହିଁ ପୁଣି ଏକ ନୂଆ ରୂପରେ କରନା ମହାମାରୀ ଓମିକ୍ରନ୍ ମାଡ଼ି ଆସୁଅଛି ।

ସରକାର ୧୦୦% ଟୀକା କରଣ କରିବା ଲକ୍ଷ୍ୟରେ ରହିଛନ୍ତି, ଏଯାଏଁ ଲୋକେ ଟୀକା ନେଇନଥିବାରୁ ଏବେ ଘର ଘର ବୁଲି ସ୍ବାସ୍ଥ୍ୟ ବିଭାଗ ପହଞ୍ଚିଛି । ଓଡ଼ିଶାରେ ଏଯାଏଁ ୪୬ ଲକ୍ଷ ଲୋକ ପ୍ରଥମ ଡୋ ଜ୍ ଟୀକା ନେଇନାହାନ୍ତି । ଏଣୁ ହର ଘର୍ ଦସ୍ତକ ନାମରେ ଏକ ଅଭିଯାନ କାଶୀନଗର ପୌର ଅଞ୍ଚଳ ର ୧୩ ଟି ୱାର୍ଡ ଓ କିନିଗମ୍ ଗ୍ରାମରେ ଘର ଘର ବୁଲି କରନା ସଚେତନ ବାର୍ତ୍ତା ପ୍ରଚାର କରିବା ସହ ଘର ବୁଲି ଟୀକା କରଣ କରୁଛନ୍ତି । ଏହି କାର୍ଯ୍ୟ କ୍ରମରେ ମୋହନ ପାତ୍ର, ବି.ମାଳତୀ ଓ ପଣ୍ଡା ମେଡ଼ମ ମଧ୍ୟ ସାମିଲ ହୋଇଛନ୍ତି ।