ବୃଦ୍ଧ ବାପା ଙ୍କୁ ପରକରି ଦେଲେ ପୁଅ ଓ ବୋହୁ

0
138

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୩/୧୨) : ବାପ ମା’ କେତେ ପୁଣ୍ୟ କରିଥିଲେ ପୁତ୍ର ସନ୍ତାନ ଟିଏ ପ୍ରାପ୍ତ ହୁଏ ବୋଲି ସମସ୍ତେ କହି ଆସୁଥିବା ବେଳେ ସେହି ପୁଅ ବଡ଼ ହୋଇ ବିବାହ ସାରିବା ପରେ ବୃଦ୍ଧ ବାପା ମା’ ଙ୍କୁ ମଧ୍ୟ ପର କରିବାକୁ ପଛାଉ ନାହାଁନ୍ତି ।

ବର୍ତ୍ତମାନ ସମୟରେ ନିଜ ସ୍ୱାର୍ଥ ପାଇଁ ସେହି ପୁଅବୋହୁ ବୃଦ୍ଧ ବାପା ମା’ ଙ୍କୁ ବୋଝ ଭାବି ଘରୁ ତଡ଼ିଦେବା ସହ ନାହିଁ ନ ଥିବା ମାନସିକ ଓ ଶରୀରିକ ଯନ୍ତ୍ରଣା ଦେଇ ଆସୁଥିବାର ଚିତ୍ର ପ୍ରତିଦିନ ସମାଜରେ ଦେଖିବାକୁ ମିଳୁଛି । ସେଭଳି ଭାବେ ଏକ ଘଟଣା ଆଜି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ର ଗଁଦିଆ ବ୍ଲକ ଅନ୍ତର୍ଗତ ଆମ୍ବବହଳି ଗ୍ରାମରେ ।

ଉକ୍ତ ଗ୍ରାମର ଅଲେଖ ଚନ୍ଦ୍ର ପଣ୍ଡା (୮୫ ବର୍ଷ) ତାଙ୍କର ଏକମାତ୍ର ପୁତ୍ର ଶ୍ରୀନିବାସ ପଣ୍ଡା (୪୮ ବର୍ଷ) ଓ ପୁତ୍ରବଧୁ ସସ୍ମିତା ପଣ୍ଡା (୪୨ ବର୍ଷ) ଦ୍ୱାରା ଯନ୍ତ୍ରଣା ପାଇ ଆଶୁଥିବା ବେଳେ ଆଜି ଢେଙ୍କାନାଳ ର ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ତାଙ୍କର ଅଭିଯୋଗ ଅନୁଯାଇ ତାଙ୍କର ସ୍ତ୍ରୀ, ତାଙ୍କ ଶ୍ୱଶୁର ଙ୍କର ଏକମାତ୍ର କନ୍ୟା ଥିବା ହେତୁ ସେ ତାଙ୍କ ପିତାଙ୍କ ସେବା ଉଦ୍ଦେଶ୍ୟରେ ସେଠାରେ ରହି ଆସୁଥିବା ବେଳେ ଶ୍ରୀଯୁକ୍ତ ପଣ୍ଡା ପିଲାଙ୍କ ସହ ରହୁଥିଲେ ।

ସେ ତାଙ୍କର ପୁତ୍ରକୁ ନିଜର ଚାକିରୀ ଦେଇଥିବା ସ୍ଥଳେ ଏବେ ତାଙ୍କର ପୁତ୍ର ତାଙ୍କୁ ଅନେକ ସମୟରେ ଅନେକ ଅସୁବିଧା କରାଉଛନ୍ତି । ଯାହାଦ୍ୱାରା କି ଏବେ ସେ ନିଜର ଝିଅ ଘରେ ଜୋରନ୍ଦ। ରେ ରହୁଛନ୍ତି । ତେଣୁ ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଧ୍ୟାନଦେଇ ତାଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ସେ ଆଶା ବ୍ୟକ୍ତ କରିଛନ୍ତି ।