ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଣ୍ଡିଏ ଦାବୀରେ ସିପିଆଇ ପକ୍ଷରୁ ଗଣଧାରଣା

0
218

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୧୪/୧୨) : ସ୍ବାଧିନତା ର ୭୬ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ସରକାରଙ୍କ ମାଳ ମାଳ ଯୋଜନା ରାଜସ୍ବରଥ ଘରକୁ ଘର ବୁଲୁଥିବା ଜିଲ୍ଲା ପ୍ରସାଶନ କହୁଥିବା ବେଳେ ଏ ଜିଲ୍ଲା ର ଜନତା ମୁଣ୍ଡ ଗୁଞ୍ଜିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଣ୍ଡିଏ ଓ ୦୪ ଡିସିମିଲ ଘରଡିହ ପଟ୍ଟା ନ ପାଇବା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ ।a8d37551 603e 41dc a6ad 0e7de8d2c9ed ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଣ୍ଡିଏ ଦାବୀରେ ସିପିଆଇ ପକ୍ଷରୁ ଗଣଧାରଣା

ଏଥିପାଇଁ ବାରମ୍ବାର ଏ ଦୁଆରୁ ସେ ଦୁଆର ଦୌଡି ଦୌଡି ନିରାସ ହେଉଛନ୍ତି । ବାରମ୍ବାର ଆରଆଇ ମହୋଦୟଙ୍କ ପାଖରେ ଆବେଦନ କଲେ ସୁଦ୍ଧା ନ୍ୟାୟ ପାଇପାରୁନାହାନ୍ତି । ବିଶେଷକରି ବୌଦ୍ଧ ତହସିଲ ଅନ୍ତର୍ଗତ ବଘିଆପଡା, ଟିକରପଡା, ଆମ୍ବଝରୀ ପ୍ରଭୃତି ପଞ୍ଚାୟତ ଗୁଡିକରେ ଏ ସମସ୍ୟା ତୀବ୍ର । ଏଥିପାଈଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଣ୍ଡିଏ ମଧ୍ୟ ପାଇପାରୁ ନାହନ୍ତି । ଘର ପାଇ ମଧ୍ୟ ଫାଇନାଲ ବିଲ ପାଇପାରୁ ନାହୁଁ ଅନେକ କ୍ଷେତ୍ରରେ ।

ଜାତି ସାର୍ଟିଫିକେଟ, ଆୟ ପ୍ରମାଣପତ୍ର ପ୍ରଭୃତି ପାଇବା କ୍ଷେତ୍ରରେ ନାନା ଅନ୍ତରାୟ ସୃଷ୍ଟି ହେଉଛି ଏପରିକି ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏ ସମସ୍ତ ଦାବୀ ନେଇ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ବଘିଆପଡା ଜୋନ କମିଟି ପକ୍ଷରୁ ବୌଦ୍ଧ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋନ ସମ୍ପାଦକ ହିରଣ୍ୟ ଦିପ ଙ୍କ ନେତୃତ୍ବରେ ଏକଗଣଧାରଣା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରଦୀପ ମହାକୁଡ ୦୯ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ ପ୍ରମୁଖ ଯୋଗ ଦେଇ ତୁରନ୍ତ ବଘିଆପଡା ଟିକରପଡା ଆମ୍ବଝରୀ ପ୍ରମୁଖ ଅଞ୍ଚଳ ସର୍ଭେ କରି ଅଞ୍ଚଳ ର ଭୂମିହୀନ ଜନତାଙ୍କୁ ୦୪ ଡେସିମିଲି ଘରଡିହ ପଟ୍ଟା ପ୍ରଦାନ ସହ ଦଖଲ ଜମିର ପଟ୍ଟା ପ୍ରଦାନ ନିମିତ୍ତ ଦାବୀ କରିବାସହ ତହସିଲଦାରଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ତହସିଲଦାର ଉକ୍ତ ଅଞ୍ଚଳରେ ସର୍ଭେକାର୍ଯ୍ୟ କରି ଦଖଲ ଜମିର ପଟ୍ଟା ପ୍ରଦାନ କରିବାକୁ ପ୍ରତିଶୁତି ଦେଇଥିଲେ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ମଲିକ ,ଲକ୍ଷ୍ମୀବେହେରା , ଅନୀତା ବେହେରା, ଦ୍ରୋପଦୀ ସୁନା, ସସ୍ମୀତା କହଁର, ପ୍ରମିଳା ମଲିକ ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ କର୍ମୀ ଯୋଗଦେଇଥିଲେ ।