ଛାତ୍ର କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ ରେ ସାମିଲ ହେଲେ ବଲାଙ୍ଗୀର ବିଧାୟକ

0
258

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୪/୧୨) : ଗତ ୧୦ ତାରିଖ ଦିନ ଭୁବନେଶ୍ବର ଠାରେ ଭଉଣୀ ମମିତା ମେହେରଙ୍କୁ ନ୍ୟାୟ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ଏହାର ଏସ.ଆଇ.ଟି. ତଦନ୍ତ ଦାବିରେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ବିଧାନସଭା ଘେରାଉ ଡାକରା ଦିଆଯାଇଥିଲା ।a7110313 a013 4609 9214 b6899ec323c7 ଛାତ୍ର କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ ରେ ସାମିଲ ହେଲେ ବଲାଙ୍ଗୀର ବିଧାୟକ

ଏହି ସମୟରେ ଓଡିଶା ପୋଲିସ ସେଠାରେ ଆନ୍ଦୋଳନ ରତ ଛାତ୍ର କଂଗ୍ରେସ ର କର୍ମୀମାନ ଙ୍କୁ ମରଣାତ୍ମକ ଆକ୍ରମଣ କରି ତାଙ୍କୁ ଲହୁ ଲୁହାଣ କରିଦେଲା ଏବଂ ପରେ କଂଗ୍ରେସ ଭବନ କୁ ପଶି ସେଠାରେ ବରିଷ୍ଠ ଓ ମହିଳା କର୍ମି ମାନଙ୍କୁ ମଧ୍ୟ ମାଡ଼ ମାରିଥିଲା । ଏହି ଘଟଣାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ତଥା ମାନ୍ୟବର ବଲାଙ୍ଗୀର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର ନିନ୍ଦା କରିବା ସହ ଆଜି ଓଡ଼ିଶା ର ସମସ୍ତ ଜିଲ୍ଲାରେ ଏସ ପି ଅଫିସ ସମ୍ମୁଖ ରେ ଜିଲ୍ଲା କଂଗ୍ରେସ କମିଟି ର ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।6bc38e62 f218 447f b988 80ee5c408741 ଛାତ୍ର କଂଗ୍ରେସ ର ବିକ୍ଷୋଭ ପ୍ରଦର୍ଶନ ରେ ସାମିଲ ହେଲେ ବଲାଙ୍ଗୀର ବିଧାୟକ

ଏହି ପରିପେକ୍ଷିରେ ଆଜି ମଧ୍ୟ ବଲାଙ୍ଗୀର ଆରକ୍ଷୀ ଅଧିକାରୀ ଙ୍କ ଅଫିସ ସମ୍ମୁଖ ରେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟି ନେତୃତ୍ୱ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଏହି ଭିଖୋପ ରେ ବଲାଂଗୀର ବିଧାୟକ ନରସିଂହ ମିଶ୍ର ମଧ୍ଯ ସାମିଲ ଥିବା ଦେଖିବାକୁ ମିଳିଛି ।