ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ଆରକ୍ଷୀ ଘେରାଉ ଓ ଦାବୀପତ୍ର ପ୍ରଦାନ ଢେଙ୍କାନାଳ

0
175

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୪/୧୨) : ଆଜି ଦିବା ୧୦ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍‌ କମିଟି ର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ପ୍ରଦେଶ କଂଗ୍ରେସ୍ କମିଟି ର ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପୋଲିସ୍‌ ର ବେଆଇନ୍ ପ୍ରବେଶ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ବିରୋଧରେ ଏକ ପ୍ରତିବାଦ ସଭା କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ।WhatsApp Image 2021 12 15 at 9.15.21 AM ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ଆରକ୍ଷୀ ଘେରାଉ ଓ ଦାବୀପତ୍ର ପ୍ରଦାନ ଢେଙ୍କାନାଳ

ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ଆୟୋଜିତ ଏହି ପ୍ରତିବାଦ ସଭା ରେ ଜିଲ୍ଲା ର ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଏ.ଆଇ.ସି.ସି ସଭ୍ୟା ସୁବାଶିନୀ ମହାକୁଡ, ସମ୍ସିଦା ତାୟବ, ମହିଳା କଂଗ୍ରେସ ସଭାନେତ୍ରୀ ମମତାଞ୍ଜଳି ବେହେରା, ଯୁବ କଂଗ୍ରେସ ସଭାପତି ଜ୍ୟୋତିର୍ମୟୀ ପାଲ୍, ଛାତ୍ର କଂଗ୍ରେସ ସଭାପତି ଶୁଭମ୍ ଦାସ, ଜିଲ୍ଲା କିଶାନ ସେଲ୍ ଅଧ୍ୟକ୍ଷ ବିପ୍ଳବର ସାହୁ, ଜିଲ୍ଲା ମୁଖପାତ୍ର ପ୍ରେମ ଶଙ୍କର ମିଶ୍ର, ଟାଉନ୍ ସଭାପତି ହାଇଦର୍‌ ମହମ୍ମଦ, ଜିଲ୍ଲା କଂଗ୍ରେସ ଉପସଭାପତି ଗୋପାଳ ସାହୁ, ପ୍ରକାଶ କୁଅଁର, ଜିଲ୍ଲା କଂଗ୍ରେସ ସଂପାଦକ ଅମର ସେନାପତି, ମହମ୍ମଦ ସମୀର, ଶିଳ୍ପୀଶ୍ରୀ ହରିଚନ୍ଦନ, ହିନ୍ଦୋଳ ବ୍ଲକ୍‌ କଂଗ୍ରେସ ସଭାପତି ଛବିରାଜ ବିଶ୍ୱାଳ, ଜିଲ୍ଲା ଆଇନ୍ ସେଲ୍ ଅଧ୍ୟକ୍ଷ ଅମ୍ଳାନ ଖଟୁଆ, ବରିଷ୍ଠ କଂଗ୍ରେସ ନେତା ସୁନିଲ୍ ଦାସ, ନିର୍ମଳ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୋଲିସ୍‌ ର ଏତାଦୃଶ କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ଜଣାଇଥିଲେ ।