Friday, March 29, 2024

Top 5 This Week

Related Posts

ଭୈରବୀ ମହାବିଦ୍ୟାଳୟ ଠାରେ ବର୍ଷା ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୬/୧୨) : ନେହେରୁ ଯୁବକେନ୍ଦ୍ର ବୌଦ୍ଧ ତରଫରୁ ବର୍ଷା ଜଳ ସଂରକ୍ଷଣ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଭୈରବୀ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଯୁବ ସ୍ବେଛାସେବୀ ସୁପ୍ରିୟା ଦେହୁରୀ ସମସ୍ତଙ୍କୁ ସ୍ବାଗତ ଜଣାଇ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ ।

ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ପାଠୀ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଜଳ ର ସଠିକ୍ ସଦୁପଯୋଗ ଏବଂ ସଂରକ୍ଷଣ ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ପାଠୀ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଭୈରବୀ ମହାବିଦ୍ୟାଳୟ ଠାରେ ସମ୍ମାନିତ ଅତିଥି ଭାବେ ଏଲ କେ ବି କେ ସ୍ୱେଚ୍ଛାସେବୀ ପ୍ରତାପ ମେହେର ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ୨୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଲିପି ମହାକୁଡ଼ ପ୍ରଥମ, ସପନ କୁମାର ପୃଷ୍ଟି ଦ୍ୱିତୀୟ, ବିକାଶ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହିତ ଟ୍ରଫି ମୁଖ୍ୟ ଅତିଥିଙ୍କ କରକମଳରେ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଜଳ ସଂରକ୍ଷଣ ସମ୍ପର୍କରେ ସମସ୍ତେ ଶପଥ ପାଠ ପୂର୍ବକ ଜାତୀୟ ଯୁବ ସ୍ବେଛାସେବୀ ସୁପ୍ରିୟା ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles