ପ୍ରାଥମିକ ବିଦ୍ୟାଳୟ ପ୍ରଥମେ ଖୋଲିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମତ : ଭାରତ ସରକାରର ସମର୍ଥନ

0
182

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୨୧/୦୭) : ମହାମାରୀ କରୋନାର ଦ୍ୱିତୀୟ ଲହର ର ପ୍ରଭାବ ହ୍ରାସ ପାଉଥିବାରୁ ଏବେ ବିଦ୍ୟାଳୟ ଖୋଲିବାକୁ ଗୁରୁତ୍ୱ ଦେଉଛନ୍ତି ଭାରତ ସରକାର । ସୋମବାର ଏମ୍ସ ମୁଖ୍ୟ ଡା.ରଣଦୀପ ଗୁଲେରିଆ ବିଦ୍ୟାଳୟ ଖୋଲିବା ସପକ୍ଷରେ ମତ ଦେଇଥିବା ବେଳେ ଆଜି ଭାରତ ସରକାର ଏହାକୁ ସମର୍ଥନ କରିଛନ୍ତି । ଭାରତ ସରକାର ପ୍ରଥମେ କଲେଜ ଅପେକ୍ଷା ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦରକାର ବୋଲି ଆଜି କହିଛନ୍ତି ।ପ୍ରାଥମିକ ବିଦ୍ୟାଳୟ ପ୍ରଥମେ ଖୋଲିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମତ : ଭାରତ ସରକାରର ସମର୍ଥନ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ଆଇ.ସି.ଏମ.ଆର. ଡିଜି ଡା.ବଳରାମ ଭାର୍ଗବ କହିଛନ୍ତି ଯେ, “ପ୍ରାପ୍ତ ବୟସ୍କଙ୍କ ତୁଳନାରେ ଛୋଟ ପିଲାମାନେ ଭାଇରାଲ ସଂକ୍ରମଣକୁ ବେଶ ଭଲ ଭାବେ ମୁକାବିଲା କରିପାରୁଥିବା ଏବେ ଜଣାପଡ଼ିଛି । ତେଣୁ ଆମେ ଯଦି ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଉଛେ, ତା’ହେଲେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ଆଗ ଖୋଲିବା ବୁଦ୍ଧିମତାର କାମ ହେବ” ।

ଦେଶରେ ହୋଇଥିବା ୪ର୍ଥ ସର୍ଭେରୁ ଜଣାପଡ଼ିଛି ଯେ ପ୍ରାପ୍ତ ବୟସ୍କ ଭଳି ଛୋଟ ପିଲାଙ୍କ ଶରୀରରେ ମଧ୍ୟ ସମାନସ୍ତରର ଆଣ୍ଟିବଡି ସୃଷ୍ଟି ହୋଇଛି । ତେଣୁ ସେମାନେ କରୋନାକୁ ମୁକାବିଲା କରିବାରେ ସକ୍ଷମ । ଏବେ ପିଲାଙ୍କ ବିଦ୍ୟାଳୟ ଗୁଡ଼ିକୁ ଖୋଲିବା ଭଲ ହେବ । କିନ୍ତୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସପୋର୍ଟ ଷ୍ଟାଫ,ଶିକ୍ଷକ ଓ ବସ୍‌ ଡ୍ରାଇଭରମାନଙ୍କର ଟିକାକରଣ ହେବା ଉଚିତ ।

କିଛି ୟୁରୋପୀୟ ଦେଶରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ସବୁବେଳେ ଖୋଲା ରହୁଛି । କରୋନାର ବିଭିନ୍ନ ଲହର ବେଳେ ମଧ୍ୟ ଏହା ବନ୍ଦ ନଥିଲା । ଆମ ଦେଶରେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଓ ପରେ ମଧ୍ୟମ ବିଦ୍ୟାଳୟ ଗୁଡ଼ିକ ଖୋଲାଯିବା ଦରକାର ।

କାରଣ ପ୍ରାପ୍ତ ବୟସ୍କଙ୍କ ଅପେକ୍ଷା ପିଲାମାନଙ୍କ ପାଖରେ ରୋଗ ପ୍ରତିରୋଧ ଶକ୍ତି ଅଧିକ । ତେଣୁ ୧ରୁ ୫ମ ଶ୍ରେଣୀ ପିଲାଙ୍କ ବିଦ୍ୟାଳୟ ଆଗ ଖୋଲିବା ଏକ ଭଲ ପଦକ୍ଷେପ ହେବ ବୋଲି ସେ କହିଛନ୍ତି।