Friday, March 29, 2024

Top 5 This Week

Related Posts

୧୨ ବର୍ଷ ଧରି ନିଖୋଜ ଥିବା ବ୍ୟକ୍ତିଙ୍କ ପାକିସ୍ତାନ ରୁ ଆସିଲା ଜୀବିତ ଥିବା ଖବର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବିହାର, (୧୮/୧୨) : ଦୀର୍ଘ ୧୨ ବର୍ଷ ଧରି ନିଖୋଜ ଥିବା ଜଣେ ୩୦ ବର୍ଷୀୟ ଯୁବକଙ୍କ ପତ୍ତା ମିଳିଛି । ବିହାର ର ବକ୍ସର ଜିଲ୍ଲାରୁ ୧୨ ବର୍ଷ ତଳେ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ । ସେ ମୃତ ବୋଲି ଭାବି ପରିବାର ଲୋକ ତାଙ୍କର ଶୁଦ୍ଧିକ୍ରିୟା ମଧ୍ୟ କରିଦେଇଥିଲେ ।

ହେଲେ ଦୀର୍ଘ ୧୨ ବର୍ଷ ଧରି ନିଖୋଜ ଥିବା ବ୍ୟକ୍ତିଙ୍କ ଏବେ ଜୀବିତ ଥିବା ପାକିସ୍ତାନ ରୁ ଖବର ଆସିଛି । ଯୁବକ ଜଣଙ୍କ ଏବେ ପାକିସ୍ତାନ ର ଗୋଟିଏ ଜେଲରେ ବନ୍ଦୀ ଜୀବନ କାଟୁଥିବା ପରିବାର ଲୋକ ଜାଣିବାକୁ ପାଇଛନ୍ତି । ନିଖୋଜ ହୋଇଯାଇଥିବା ଯୁବକ ଜଣଙ୍କ ନାଁ ଛବି । ସେ ବକ୍ସର ଜିଲ୍ଲା ର ଖିଲାଫତପୁରରେ ରହୁଥିଲେ । ତାଙ୍କୁ ୧୮ ବର୍ଷ ବୟସ ହୋଇଥିବା ବେଳେ ହଠାତ୍ ସେ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ । ନିଖୋଜ ସମୟରେ ଛବି ମାନସିକ ରୋଗରେ ପୀଡ଼ିତ ଥିଲେ । ତେଣୁ ସେ ଭୁଲବଶତଃ କେଉଁ ଆଡ଼େ ଚାଲି ଯାଇଥିବା ଚିନ୍ତା କରି ପରିବାର ଲୋକ ଖୋଜାଖୋଜି କରିଥିଲେ ।

କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନ ଥିଲା । ପରିବାର ଲୋକ ପୁଲିସରେ ମଧ୍ୟ ଏ ନେଇ ଅଭିଯୋଗ କରିଥିଲେ । ଦୀର୍ଘ ଦିନ ଧରି ବିଭିନ୍ନ ସ୍ଥାନରେ ଛବିକୁ ଖୋଜା ଯାଇଥିଲା । କିନ୍ତୁ କିଛି ବି ଲାଭ ମିଳି ନ ଥିଲା । ନିଖୋଜ ହେବା ର କିଛି ବର୍ଷ ପରେ ପରିବାର ଲୋକ ଛବି ମରି ସାରିଥିବା ଭାବି ତାଙ୍କର ଶୁଦ୍ଧିକ୍ରିୟା ମଧ୍ୟ କରି ଦେଇଥିଲେ ।

ଏବେ ନିଖୋଜ ହେବା ର ଦୀର୍ଘ ୧୨ ବର୍ଷ ପରେ ପୁଲିସ୍ ଛବିଙ୍କ ସମ୍ପର୍କରେ ସୂଚନା ପାଇଛି । ପୁଲିସ୍ ପାଖକୁ ପାକିସ୍ତାନ ଜେଲରୁ ଗୋଟିଏ ଚିଠି ଆସିଛି । ଏହି ଚିଠି ଲେଖିଥିବା ବ୍ୟକ୍ତି ଜଣଙ୍କ ନିଜକୁ ଛବି ବୋଲି କହିବା ସହ ତାଙ୍କ ଘର ବିହାରର ଖିଲାଫତୁପରରେ ଜଣାଇଛନ୍ତି । ପୁଲିସ୍ ପାଖରେ ଏପରି ଚିଠି ପହଞ୍ଚିବା ପରେ ପରିବାର ଲୋକ ଛବିଙ୍କୁ ପାକିସ୍ତାନ କୁ ଫେରାଇ ଆଣିବାକୁ ଦାବି କରିଛନ୍ତି ।

ପୁଲିସ୍ କହିଛି ଯେ ପାକ୍ ଜେଲ୍ କର୍ତ୍ତୃପକ୍ଷ ଭାରତ ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଏ ସମ୍ପର୍କରେ ଯୋଗାଯୋଗ କରିଥିଲେ । ଏହାପରେ ସ୍ୱତନ୍ତ୍ର ବ୍ରାଞ୍ଚ ଜରିଆରେ ଛବି କୁମାରଙ୍କ ସମ୍ପର୍କରେ ଯାଞ୍ଚ କରିବା ପାଇଁ ବିହାର ପୁଲିସ୍ ଚିଠି ପାଇଥିଲା । ହେଲେ ଚିଠିରେ ଛବି ପାକିସ୍ତାନର କେଉଁ ଜେଲରେ ଅଛନ୍ତି, ସେ କଥା କୁହାଯାଇନି ।

ପୁଲିସ୍ ଚିଠି ଓ ଛବିଙ୍କ ଫଟୋକୁ ଧରି ତାଙ୍କ ଗାଁରେ ପହଞ୍ଚିଥିଲା । ସେଠାରେ ଗାଁ ଲୋକ ଓ ଛବିଙ୍କ ମା’ଙ୍କ ସହ କଥାବାର୍ତ୍ତା କରିଥିଲା । ଫଟୋ ଦେଖି ଛବିଙ୍କ ମା’ ତାଙ୍କୁ ଚିହ୍ନ ପାରିଥିଲେ । ଏଥିସହ ପୁଲିସକୁ ତାଙ୍କ ସମ୍ପର୍କରେ ସବୁ ତଥ୍ୟ ଦେଇଥିଲେ । ଛବି ନିଖୋଜ ହେବା ର ୧୨ ବର୍ଷ ମଧ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇଯାଇଛି ।

ତାଙ୍କ ବାପା ଆରପାରିକୁ ଚାଲି ଯାଇଛନ୍ତି । ଏବେ ତାଙ୍କ ମା’, ଭାଇ ଓ ଭାଉଜ ହିଁ ରହିଛନ୍ତି । ସେମାନେ ଛବିଙ୍କ ସମ୍ପର୍କରେ ସୂଚନା ପାଇଥିବାରୁ ତୁରନ୍ତ ତାଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

Popular Articles