Friday, March 29, 2024

Top 5 This Week

Related Posts

ଜୀବେ ନିଷ୍ଠୁରତା ନିରାକରଣ ସମିତି ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା (୧୮/୧୨) : ଜିଲ୍ଲାରେ ଜୀବେ ନିଷ୍ଠୁରତା ନିରାକରଣ ନିମନ୍ତେ ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତ ତା ୧୭/୧୨/୨୧ ରିଖରେ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷ୍ୟରେ ଅନୁଷ୍ଠିତ ବୈଠକରେ ଜୀବଜନ୍ତୁ ପ୍ରତି ନିଷ୍ଠୁରତା ଓ ନିର୍ଯାତନ ହେଉଥିବାରୁ ଏହାକୁ ନିରାକରଣ କରିବା ନିମନ୍ତେ ଆଲୋଚନା କରାଯାଇଥିଲା l

ଜୀବଜନ୍ତୁ ମାନଙ୍କର ସୁରକ୍ଷା ଓ ମଙ୍ଗଳ ନିମନ୍ତେ ଗଠିତ ଧାରା ୧୯୬୦ ଅନୁଯାୟୀ ଜୀବେ ନିଷ୍ଠୁରତା ନିରାକରଣ ଆଇନ କାର୍ଯ୍ୟକାରୀ କରିବା ପାଇଁ ରାୟଗଡ ଜିଲ୍ଲାରେ ପୂର୍ବରୁଗଠିତ କମିଟିର ପୁନ୍ରର୍ଗଠନ କରାଯାଇଛି l ଏହି କମିଟରେ ଜିଲ୍ଲାପାଳ, ରାୟଗଡ ଅଧ୍ୟକ୍ଷ ,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ସ୍ବାମୀ ନିର୍ତ୍ତରନନ୍ଦ ଗିରୀ ଦୁଇଜଣ ଉପାଧ୍ୟକ୍ଷ ରହିଥିବା ବେଳେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ସମେତ କିଛି ସରକାରୀ ଅଧିକାରୀ, ଜଣେ ପ୍ରାଣୀ ଚିକିତ୍ସା କର୍ମଚାରୀ, ଜଣେ ଗୋସେବକ, ଜିଲ୍ଲା ପ୍ରାଣୀ ମଙ୍ଗଳ ସମିତର ଦୁଇଜଣ, ଜଣେ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ଼ ସଦସ୍ୟ ରହିବେ lb3dcf5f3 cb5a 4bb0 80b2 0d7a8de229d2 ଜୀବେ ନିଷ୍ଠୁରତା ନିରାକରଣ ସମିତି ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଏହି ସମିତି ଜିଲ୍ଲାରେ ଯିବେ ନିଷ୍ଠୁରତା ନିରlକରଣ କରିବା ପାଇଁ କାର୍ଯ୍ୟ କରିବେ l ଜିଲ୍ଲାରେ କିଛି ସ୍ଥାନରେ ଗୋରକ୍ଷା ଓ ଥଇଥାନ ନିମନ୍ତେ ସଦସ୍ୟ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ l ଜିଲ୍ଲାରେ ସରକାରୀ ଜାଗା ମିଳୁ ନଥିବାରୁ ଜିଲ୍ଲା ସଦର ମହାକୁମରେ ଗୋସେବl ଅସୁବିଧା ହେଉଥିବା ପ୍ରକାଶ କରିଥିଲେ l ଗୋରୁ ଗାଈ ବ୍ୟତୀତ କୁକୁର,ବିରାଢ଼ୀ ଭଳି ଜୀବଜନ୍ତୁ ମାନଙ୍କ ମଙ୍ଗଳ ମଧ୍ୟ ବିଚାର କରାଯାଉ ବୋଲି ଜିଲ୍ଲାପାଳ ଅନୁରୋଧ କରିଥିଲେ l ବ୍ଳକ ସ୍ଥରରେ ସ୍ଥାନ ସରକାରୀ ନିରୂପଣ କରନ୍ତୁନଚେତ ବେସରକାରୀ ଜମି କିଣିକି ଆରମ୍ଭ କଲେ ମଧ୍ୟ ସରକାରୀ ସାହାଯ୍ୟ ମିଳିବ ବୋଲି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ କହିଥିଲେ l ପ୍ରାଣୀ ସେଵା ପାଇଁ ଇଛୁକ ବ୍ୟକ୍ତି କିମ୍ଭା ଅନୁଷ୍ଠାନ ଆଗେଇ ଆସନ୍ତୁ ବୋଲି ଜିଲ୍ଲାପାଳ ବୈଠକରେ ଆନୁରୋଧ କରିଥିଲେ l

ଏହି ବୈଠକରେ ସଦସ୍ୟମାନେ ସାଦସ୍ୟତା ସଂଗ୍ରହ କରିବାକୁ ଓ ପରିଚୟପତ୍ର ପ୍ରଦାନ କରିବାକୁ ଆନୁରୋଧ କରିଥିଲେ l ଏଣିକି ବାର୍ଷିକ ସଦସ୍ୟ ଚାନ୍ଦା ଟ୨୦୦ ରୁ ଟ ୩୦୦ ଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଆଜୀବନ ସାଦସ୍ୟତା ପାଇଁ ୧୦ ହଜାର ଟଙ୍କା କରଯାଇଛି l ସମସ୍ତ ସଦସ୍ୟଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ l ଏହି ବୈଠକରେ ଅତିରକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲା ପଂଚାୟତ ଅଧିକାରୀ, ଆଂଚଳିକ ପରିବହନ ଅଧିକାରୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଡ଼ଃ କେ ସଲ୍ଭ ରାଜୁ, ଡ଼ଃ ସୂର୍ଯ୍ୟନାରାୟଣ ତ୍ରିପାଠୀ, ଯିବେ ନିଷ୍ଠୁରତା ନିବାରଣ ସମିତିର ସଦସ୍ୟ ସୁବୋଧ ପ୍ରଧାନ, ଗୋପାଳ ଚନ୍ଦ୍ର ପଢି, ପ୍ରଭସତ କୁମାର ମହାପାତ୍ର, ରମେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles