ଗଞ୍ଜାମ ଜିଲ୍ଲା ରେ ବିଜୁଳି-ଘଡଘଡି ମାରି ଜଣେ ମହିଳାଙ୍କ ମୃତ୍ୟୁ : ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

0
258

ରିପୋର୍ଟ : ରାକେଶ ମହାରଣା
ଗଞ୍ଜାମ,କୋଦଳା,(୨୧/୦୭) : ବିଜୁଳି-ଘଡଘଡି ଗଲା ଜଣଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅଞ୍ଚଳରେ ।

ମଙ୍ଗଳବାର ଅପରାହ୍ନ ସମୟରେ ଗଞ୍ଜାମ ଜିଲ୍ଲା ବଡ଼ ଖଇରିଖମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୂଂଜ୍ବାଳା ଗ୍ରାମର ଜୈନିକ ମହିଳା ଚନ୍ଦ୍ରମା ପ୍ରଧାନ(୩୮) ଙ୍କ ମୃତ୍ୟୁ ବରଣ ହୋଇଛି । ସୂଚନା ଅନୁଯାୟୀ ସେ ତାଙ୍କ ନିଜ ଚାଷଜମି କୁ କୌଣସି କାମରେ ଯାଇଥିଲେ । ଏହି ସମୟରେ ହଠାତ କାଳବୈଶାଖୀରେ ବିଜୁଳି ସାଙ୍ଗକୁ ଘଡଘଡି ମାରିଥିଲା ।

ସେଠାରେ ତାଙ୍କୁ ଘଡ଼ଘଡି ମାରିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ତାଙ୍କ ଘରଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟ ଘୋଷଣା କରିଛନ୍ତି ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।