୬୦ ଲିଟର ଦେଶୀ ରନ୍ଧାମଦ ଜବତ, ଜଣେ ଗିରଫ

0
306

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୧୮/୧୨) : ଅବକାରୀ ବିଭାଗ ପକ୍ଷରୁ ୬୦ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହିତ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଉଲୁଣ୍ଡା ଥାନା ଗଞ୍ଜାଛପର ଗ୍ରାମ ର ଅଜୟ ଖେସ (୨୪) |

ସୂଚନା ଅନୁସାରେ ଉଲୁଣ୍ଡା ପଟରୁ ଏକ ବାଇକ ଯୋଗେ ଅଜୟ ଦେଶୀ ରନ୍ଧାମଦ ନେଇକି ଆସୁଥିବା ବେଳେ ଅବକାରୀ ବିଭାଗ ଖବର ପାଇ ବିନିକା ମହାନଦୀ ବ୍ରିଜ ଉପରେ ତାକୁ ଅଟକାଇ ଯାଞ୍ଚ କରିଥିଲା । ତାଙ୍କ ଠାରୁ ୬୦ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହିତ ଉକ୍ତ ବ୍ୟବହୃତ ବାଇକ କୁ ମଧ୍ୟ ଜବତ କରାଯାଇଛି ଏ ନେଇ ବିନିକା ଅବକାରୀ କାର୍ଯ୍ୟାଳୟ ରେ ଏକ ମାମଲା ୠଜୁ କରି ତାକୁ ଗିରଫ କରି ରାମପୁର କୋର୍ଟ ରେ ହାଜର କରାଯାଇଥିଲା । ସେଠାରେ ବେଲ ନାମଞ୍ଜୁର ହେବାରୁ ସୋନପୁର ବିଚାର ବିଭାଗୀୟ ଜେଲ କୁ ପଠାଯାଇଛି ।

ଏହି ଚଢ଼ାଉ ରେ ବିନିକା ଅବକାରୀ ଉପ ନିରୀକ୍ଷକ ଗୋବର୍ଦ୍ଧନ ରଣା, ଏଏସଆଇ କେଶବ ଧରୁଆ, କନଷ୍ଟେବଳ ଭେଙ୍କଟ ରମନ ବେହେରା, ପ୍ରଶାନ୍ତ ପରିଡା, ମମତା ବାଘ ପ୍ରମୁଖ ସାମିଲ ଥିଲେ ।