Friday, March 29, 2024

Top 5 This Week

Related Posts

ବୋରିଗୁମ୍ମା ଜାତୀୟ ରାଜପଥ ନିର୍ମାଣାଧୀନ ବ୍ରିଜ ଭିତରେ ପଶିଲା କାର୍ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୮/୧୨) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଦାସିରୀ ସାହି ନିକଟସ୍ଥ ଜାତୀୟ ରାଜପଥରେ ନିର୍ମାଣାଧୀନ ଏକ ବ୍ରିଜ ନିକଟରେ CH 18 J 0005 ନମ୍ବର ବହନ କରିଥିବା ଏକ କାର ଆଜି ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଗାତ ଭିତରେ ପଶି ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ଗାଡିଟି ଛତିଶଗଡ଼ ର ଜଗଦଲପୁର ରୁ ଓଡିଶା ର ଜୟପୁର ଅଭିମୁଖେ ଯାଉଥିବା ଜଣାପଡିଛି । ଗାଡି ଚାଳକଙ୍କ କହିବା ପ୍ରକାରେ ବୋରିଗୁମ୍ମା ଜାତୀୟ ରାଜପଥ ନିର୍ମାଣାଧୀନ ବ୍ରିଜ ର ନିରାପଦ ଦୂରତା ପୂର୍ବରୁ ସୂଚନା ଫଳକ ଲାଗି ନ ଥିବାରୁ ହଠାତ୍ ଗାଡି ର ଗତିରୋଧ ହୋଇ ନ ପାରି କାରଟି ୪ ଫୁଟ ଗର୍ତ୍ତରେ ପଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ତେବେ ଦାମିକା ଗାଡି ହୋଇଥିବାରୁ ସାମନାରେ ଥିବା ବେଲୁନ ଲାଗି ଅଳ୍ପକେ ଡ୍ରାଇଭର ଜଣକ ବର୍ତ୍ତି ଯାଇଥିବା ଜଣାପଡିଛି ।

ସୂଚନା ଥାଉ କି, ୨ ଦିନ ପୂର୍ବରୁ ମଧ୍ୟ ଠିକ୍ ସେହି ସ୍ଥାନରେ ଏକ ବାହନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।

Popular Articles