ତିରୁମାଲା ତିରୁପତି ବାଲାଜୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ଚଢ଼ାଇଲେ ୧ କୋଟି ଟଙ୍କା ମୂଲ୍ୟର ଖଣ୍ଡା

0
188

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ/ଆନ୍ଧ୍ରପ୍ରଦେଶ,(୨୧/୭) : ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁମାଲା ତିରୁପତି ବାଲାଜୀଙ୍କ ନାମ ଦେଶର ସବୁଠାରୁ ପ୍ରତିଷ୍ଠିତ ଓ ଧନୀ ମନ୍ଦିର ତାଲିକାରେ ରହିଛି । ଏହି ମନ୍ଦିରରେ ଭଗବାନ ଭେଙ୍କେଟେଶ୍ୱର ସ୍ୱାମୀଙ୍କୁ ଭକ୍ତ କୋଟିକୋଟି ଟଙ୍କା ଦାନ କରିଥାଆନ୍ତି । ‌ଗତକାଲି ହାଇଦ୍ରାବାଦର ଶ୍ରୀନିବାସ ଦମ୍ପତ୍ତି ୪ କୋଟି ଟଙ୍କାର ସୁନାର ଖଣ୍ଡା ଅର୍ପଣ କରିଛନ୍ତି ।

ଶ୍ରୀନିବାସ ଦମ୍ପତ୍ତି ସୋମବାର ସକାଳେ ତିରୁମାଲା ତିରୁପତି ଦେବସ୍ଥାନମ (ଟି.ଟି.ଡି.) ଅଧିକାରୀଙ୍କୁ ସୁନାର ଖଣ୍ଡା ଦାନ କରିଛନ୍ତି । ଶ୍ରୀନିବାସ ଦମ୍ପତ୍ତି ତିରୁମାଳାର କଲେକ୍ଟିଭ ଗେଷ୍ଟ ହାଉସରେ ଗଣମାଧ୍ୟମଙ୍କ ସାମ୍ନାରେ ପାଖାପାଖି ସାଢ଼େ ଛଅ କିଲୋଗ୍ରାମ ଓଜନର ସୁନାର ଖଣ୍ଡା ଦେଖାଇଥିଲେ । କୁହାଯାଉଛି କି ଶ୍ରୀନିବାସ ଦମ୍ପତ୍ତି ଗତ ଏକବର୍ଷ ହେବ ଏହି ଖଣ୍ଡା ଅର୍ପଣ କରିବାକୁ ଚାହୁଁଥିଲେ କିନ୍ତୁ କରୋନା ହେତୁ ଏହା ସମ୍ଭବ ହୋଇ ନଥିଲା ।

ସୁନାର ଖଣ୍ଡା ‘ସୂର୍ଯ୍ୟକଟାରୀ’କୁ ଶ୍ରୀନିବାସ ଦମ୍ପତ୍ତି ତାମିଲନାଡୁର କୋୟମ୍ବଟୁରରେ ତିଆରି କରିଥିଲେ । ଏହାକୁ ତିଆରି କରିବା ପାଇଁ ୬ମାସର ସମୟ ଲାଗିଥିଲା । ସାଢ଼େଛଅ କିଲୋ ଓଜନର ଏହି ଖଣ୍ଡା ଏବେ ଚର୍ଚ୍ଚାରେ ରହିଛି । ଏହି ଖଣ୍ଡାକୁ ଅର୍ପଣ କରିବାକୁ ନେଇ ଶ୍ରୀନିବାସ ଦମ୍ପତ୍ତି ବହୁତ ଖୁସି ଥିବା କହିଛନ୍ତି ।