ରାୟଗଡର ରଥଯାତ୍ରା : ଅସ୍ଥାୟୀ ମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

0
296

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼
ରାୟଗଡା,(୧୨/୭) : ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ତଥା ଘୋଷଯାତ୍ରା କରୋନା କଟକଣା ମଧ୍ୟରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡା ଶ୍ରୀ ଜଗନ୍ନାଥ ମନ୍ଦିର ବେଢା ମଧ୍ୟରେ ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି ।

ରାୟଗଡା ଜିଲ୍ଳାପାଳ ସରୋଜ କୁମାର ମିଶ୍ର, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ତହସିଲଦାର ତଥା ଦେବତର ଅଧିକାରୀ ଉମାଶଙ୍କର ବେହେରା ଓ ଅତିରିକ୍ତ ତହସିଲଦାର ସୁନୀଲ ଖରା, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ପ୍ରଶାସନିକ ଓ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରଥଯାତ୍ରା କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ ।

ଆଜି ପ୍ରାତଃରେ ଶ୍ରୀ ଜଗନ୍ନାଥ ମନ୍ଦିର ଦ୍ୱାରଫିଟା ଯିବା ପରେ ଚତୁର୍ଦ୍ଧାମୂରତୀ ଙ୍କ ମଙ୍ଗଳ ଆଳତୀ,ମଇଲମ,ପ୍ରାତଃ ଆଳତୀ ପରେ ଗୋପାଳବଲ୍ଳଭ ଭୋଗ, ଖେଚେଡି ଭୋଗ,ଶେରନା ପାଟ ଲାଗି ଏବଂ ଦ୍ୱାରପାଳ ପୂଜାବିଧି ଅନୁଷ୍ଠିତ ହୋଇଥିଲା ।

ରାଜ ପୁରୋହିତ ବିରଂଚି ନାରାୟଣ ଦାଶଙ୍କ ପୈାରାହିତ୍ୟରେ ସମସ୍ତ ରୀତିକାନ୍ତି ଅନୁଷ୍ଠିତ ହୋଇଥିଲା । କରୋନା କଟକଣାକୁ ଦୃଷ୍ଟିରେ ରଖି ସୀମିତ ସେବାୟତମାନଙ୍କ ଦ୍ୱାରା ରଥଯାତ୍ରା ନୀତିକାନ୍ତି କରାଯାଇଥିଲା ପୂର୍ବାହ୍ନ ସାଢେ ଦଶଟା ସମୟରେ ଚତୁର୍ଦ୍ଧାମୂର୍ତିଙ୍କ ପହଣ୍ଡି କରାଯାଇ ମନ୍ଦିର ବେଢା ପରିସରରେ ନିର୍ମିତ ଅସ୍ଥାୟୀ ଶ୍ରୀ ଗୁଣ୍ଡିଚା ମନ୍ଦିର ମଣ୍ଡପରେ ବିରାଜମାନ କରାଯାଇଥିଲା ।

ପବିତ୍ର ରଥଯାତ୍ରାରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଆଜି ସକାଳ ୬ଟାରୁ ଆସନ୍ତା ୨୧ତାରିଖ ସକାଳ ୬ଘଣ୍ଟା ପର୍ଯ୍ୟନ୍ତ ମନ୍ଦିରରୁ ୫ଶହ ମିଟର ଦୂରତା ମଧ୍ୟରେ ୪ଜଣରୁ ଅଧିକ ବ୍ୟକ୍ତି ହେବା ଓ ଚଳପ୍ରଚଳ ଉପରେ ନିଷେଧାଦେଶ ଜାରି କରାଯିବା ସହ ୧୪୪ ଧାରା ନିୟମ ଲାଗୁ କରାଯାଇଛି।

ସେବାୟତ ବାପି ତ୍ରିପାଠୀ,ତ୍ରିନାଥ ଦାସ,କୃଷ୍ଣଚନ୍ଦ୍ର ଦାସ,ପ୍ରଶାନ୍ତ ନନା,ମହେନ୍ଦ୍ର ରଥ,  ରଂଜନ ରଥ,ସୁଜିତ ପଣ୍ଡା,ସନ୍ତୋଷ ଦାଶ,ମନୋଜ ଦାଶ,ବୃନ୍ଦାବନ ମିଶ୍ର,ରାମ ରଥ,ଙ୍କ ସମେତ ଅନ୍ୟ ସେବାୟତମାନେ ଯୋଗ ଦେଇ ନୀତିକାନ୍ତ ପାଳନରେ ସହଯୋଗ କରିଥିଲେ ।