ପୌରପାଳିକା କାର୍ଯ୍ୟାଳୟରେ ସରକାରି ବାବୁମାନଙ୍କ ମନମାନି

0
217

ରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ, (୨୦/୧୨) : ସରକାରୀ ବାବୁ ମାନଙ୍କ କାର୍ଯ୍ୟକଳାପରେ ସ୍ୱସ୍ଛତା ଆଣିବାକୁ ସରକାର 5T ପ୍ରଚଳନ କରୁଥିବା ବେଳେ ଢେଙ୍କାନାଳରେ ଏହାକୁ ମାନିବାକୁ ନାରାଜ ସରକାରୀ ବାବୁମାନେ । ଯାହାର ପ୍ରତ୍ୟେକ୍ଷ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ସହରର ପୌରପାଳିକା କାର୍ଯ୍ୟାଳୟରେ ମଧ୍ୟରେ ।bd2 ପୌରପାଳିକା କାର୍ଯ୍ୟାଳୟରେ ସରକାରି ବାବୁମାନଙ୍କ ମନମାନି

ଆଜି ଦିନ ୩.୩୦ ସମୟରେ ପୌରପାଳିକା କାର୍ଯ୍ୟାଳୟ ପଡିଛି ଶୁନଶାନ୍ । ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ବେଳେ ସରକାରୀ ବାବୁମାନେ ମନଇଚ୍ଛା କାର୍ଯ୍ୟାଳୟ କୁ ଆସୁଛନ୍ତି । ଆଜି ପୌରପାଳିକା କାର୍ଯ୍ୟାଳୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୌଣସି ସରକାରୀ ମୀଟିଂ କାର୍ଯ୍ୟରେ ଭୁବନେଶ୍ୱର ଯାଇଥିବା ବେଳେ ଏହାର ସୁଯୋଗ ଉଠାଇଥିଲେ କର୍ମଚାରୀମାନେ । ସେଠାରେ ଥିବା କିଛି କର୍ମଚାରୀଙ୍କୁ ସେମାନଙ୍କ ମଧ୍ୟାହ୍ନ ବିରତି ସମୟ ପଚାରିବାରୁ, ସେ ଏହାକୁ ଅତି ଖାମଖିଆଲ ଭାବେ ଉତ୍ତର ରଖିଥିଲେ କି ସେ ଜାଣିନାହାନ୍ତି ବୋଲି ।

ତ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୁଏ କି ଯଦି ଜିଲ୍ଲା ର ସଦର ମହକୁମା ଉପରେ ଏହିଭଳି ଭାବେ ସରକାରି ବାବୁମାନଙ୍କ କାର୍ଯ୍ୟାଳୟ ଆସିବାକୁ ମାନମାନି ଚାଲିଛି ତେବେ ଗ୍ରାମାଞ୍ଚଳ ର ଅବସ୍ଥା କଣ ଥିବ ଏବଂ ଲୋକମାନଙ୍କୁ କିଭଳି ଭାବେ ସେବା ମିଳୁଥିବ । ଏଠାରେ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କି ଏଥିପ୍ରତି ଦୃଷ୍ଟି ଦେବା ସହ କାର୍ଯ୍ୟରେ ହେଳା କରୁଥିବା ସରକାରି ବାବୁମାନ ଙ୍କ ବିରୋଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।