କରୋନା ଅପେକ୍ଷା ଅଧିକ ଘାତକ ନୋରୋ ଭାଇରସକୁ ନେଇ ବଢୁଛି ଚିନ୍ତା

0
233

ରିପୋର୍ଟ : ସୁଭାସିସ ନାୟକ //
ଲଣ୍ଡନ,(୨୧/୦୭) : ସାରା ବିଶ୍ୱରରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଥିବା ବେଳେ ପୁଣି ଏକ ଭାଇରସ ଚିନ୍ତାର କାରଣ ପାଲଟିଛି । ଲଂଲଣ୍ଡରେ ବ୍ୟାପିବାରେ ଲାଗିଛି ନୋରୋ ଭାଇରସ । ଏହା କରୋନା ଅପେକ୍ଷା ଅଧିକ ଘାତକ ବୋଲି ଇଂଲଣ୍ଡର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।

ବ୍ରିଟେନର ପବ୍ଲିକ୍ ହେଲଥ ଇଂଲଣ୍ଡ କହିଛି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଲଗାତର ନଜର ରଖାଯାଇଛି । ନୋରୋ ଭାଇରସ କରୋନା ଅପେକ୍ଷା ଅଧିକ ତିନି ଗୁଣା ବୃଦ୍ଧି ପାଉଛି । ମୁଖ୍ୟତଃ ଏହି ଭାଇରସର ଶିକାର ଛୋଟ ପିଲାମାନେ ହେଉଛନ୍ତି । ନର୍ସରୀ ଏବଂ ଚାଇଲ୍ଡ କେୟାର ସେଣ୍ଟରରେ ରହୁଥିବା ପିଲାମାନେ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି । ତେବେ ଏଯାବତ ଏହି ଭାଇରସରେ କେହି ମୃତ୍ୟୁ ବରଣ କରିଥିବା ରିପୋର୍ଟ ଆସିନାହିଁ । ବ୍ରିଟେନରେ ଲକଡାଉନ୍ ନିୟମ ହଟିଲା ପରେ ବ୍ରିଟେନବାସୀ ପୁଣିଥରେ ଜୀବନଶୈଳୀ ସ୍ୱାଭାବିକ ମୁହଁ ହେବ ବୋଲି ଚିନ୍ତାକରୁଥିବା ବେଳେ ନୋରୋ ଭାଇରସ ଚିନ୍ତା ବଢ଼ାଇଛି । ପାଞ୍ଚ ସପ୍ତାହରେ ଏଯାବତ ୧୫୪ ଜଣ ଏହି ସଂକ୍ରମଣର ଶିକାର ହୋଇସାରିଛନ୍ତି ।

ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ କହିଛି ନୋରୋ ଭାଇରସ କରୋନା ଅପେକ୍ଷା ଅଧିକ ବେଗରେ ବ୍ୟାପୁଛି । ଏହା କରୋନା ଅପେକ୍ଷା ଅଧିକ ଘାତକ । ତେଣୁ ସଂକ୍ରମଣ ହାର ଅଧିକ ରହିଛି । ଯେଉଁମାନେ ଏହି ଭାଇରସର ଶିକାର ହେଉଛନ୍ତି ସେମାନଙ୍କ ପାଖରେ ଡାଇରିଆ ଏବଂ ବାନ୍ତି ଭଳି ଲକ୍ଷଣ ଦେଖିବାକୁ ମିଳୁଛି । ନୋରୋ ଭାଇରସ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଅନେକ ପ୍ରକାର ଜୀବାଣୁ ତିଆରି ହୁଏ । ନୋରୋ ଭାଇରସ ‘ବାନ୍ତି ବଗ’ ଭାବରେ ମଧ୍ୟ ଜଣାଶୁଣା । ତେଣୁ ଏହାର ପ୍ରତିକାର ପାଇଁ କୌଣସି ଜିନିଷ ଛୁଇଁବା ପରେ, ବାହାରୁ ଆସିବା ପରେ ଏବଂ କିଛି ଖାଇବା ପୂର୍ବରୁ ସବୁବେଳେ ହାତ ଓ ମୁହଁକୁ ପରିଷ୍କାର ଭାବରେ ଧୋଇବା ଜରୁରୀ । ଏହା ବ୍ୟତୀତ କୋଭିଡ ସଂକ୍ରମଣକୁ ଏଡାଇବା ପାଇଁ ଯେଉଁ ସାନିଟାଇଜର ବ୍ୟବହାର କରାଯାଉଛି ସମାନ ସାନିଟାଇଜର ଏହି ଭାଇରସ ପାଇଁ ପ୍ରଭାବଶାଳୀ ରହିଛି ବୋଲି ସିଡିସି କହିଛି ।