ଆମେରିକା ର ମହାକାଶ ଗବେଷଣା ସଂସ୍ଥାକୁ ଐତିହାସିକ ସଫଳତା : ଅନ୍ତରୀକ୍ଷ ଯାନ ସୂର୍ଯ୍ୟଙ୍କୁ ସ୍ପର୍ଶ କରିଛି

0
178

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୧/୧୨) : ଆମେରିକା ର ମହାକାଶ ଗବେଷଣା ସଂସ୍ଥାକୁ ମିଳିଛି ଆଉ ଏକ ଐତିହାସିକ ସଫଳତା । ନାସା ର ଅନ୍ତରୀକ୍ଷ ଯାନ ସୂର୍ଯ୍ୟଙ୍କୁ ସ୍ପର୍ଶ କରିଛି । ନାସା ର ମହାକାଶ ଯାନ ପାର୍କର ସୋଲାର ପ୍ରୋବ ଏହି ଅସମ୍ଭବ କାମକୁ ସମ୍ଭବ କରିଦେଖାଇଛି ।

ଆମେରିକା ର ମହାକାଶ ଗବେଷଣା ସଂସ୍ଥା ର ଏହି ମହାକାଶ ଯାନ ସୂର୍ଯ୍ୟଙ୍କ କରୋନା କୁ ଛୁଇଁବାରେ ସଫଳ ହୋଇଛି । ଏହା ଏଭଳି ଏକ ବିରଳ ଓ ବିଶାଳ ଅନୁଭୂତି ଯାହା ଆଗରୁ କେହି ହାସଲ କରିପାରି ନ ଥିଲେ । ଯାହା ବିଜ୍ଞାନ ଯୁଗରେ ଆଜି ଯାଏଁ ବି ସମ୍ଭବ ହୋଇପାରି ନ ଥିଲା । ସୂର୍ଯ୍ୟଙ୍କ କରୋନା ନିକଟକୁ ଯିବା ମଧ୍ୟ ଏକ ଅସମ୍ଭବ ବ୍ୟାପାର ରହିଥିଲା । ୨୦ ଲକ୍ଷ ଡିଗ୍ରୀ ତାପମାତ୍ରାରେ ତିଷ୍ଠି ରହିବା ଏବଂ ପୂର୍ବରୁ ସ୍ଥିର ହୋଇଥିବା ଲକ୍ଷ୍ୟସ୍ଥଳରେ ପହଞ୍ଚିବା କିଛି କମ୍ କଥା ନୁହଁ ।

୨୦୧୮ ମସିହାରେ ସୋଲାର ପାର୍କର ପ୍ରୋବକୁ ମହାକାଶ କୁ ପଠାଯାଇଥିଲା । ପାର୍କର ସୋଲାର ପ୍ରୋବ୍ ଏହା ଯାତ୍ରାରେ ୩ ଥର ସୂର୍ଯ୍ୟଙ୍କ କରୋନା କୁ ସ୍ପର୍ଶ କରିବାରେ ସଫଳ ହୋଇଥିଲା । ଏହି ସମୟରେ ଏହାର ବେଗ ସେକେଣ୍ଡ ପ୍ରତି ୧୦୦ କିମି ରହିଥିଲା । ମହାକାଶ ଗବେଷଣା କ୍ଷେତ୍ରରେ ଏହା ଏକ ବଡ ସଫଳତା । ପାର୍କର ସୋଲାର ପ୍ରୋବ୍ ଗତ ୨୮ ଏପ୍ରିଲରେ ସୂର୍ଯ୍ୟଙ୍କ ଉପର ବାୟୁମଣ୍ଡଳରେ ପ୍ରବେଶ କରିଥିଲା । ଏହା ପରେ ଅଗ୍ନି ପିଣ୍ଡୁଳା ରେ ଥିବା କଣିକା ଏବଂ ଚୁମ୍ବକୀୟ କ୍ଷେତ୍ରର ନମୂନା ପ୍ରେରଣା କରିଥିଲା । ଆମେରିକାର ଜିଓ ଫିଜିକାଲ ୟୁନିୟନ ବୈଠକରେ ଏହି ସଫଳତା ସଂପର୍କରେ ଘୋଷଣା କରାଯାଇଛି ।