ଆହୁରି ଖସିବ ପାରଦ : ଆହୁରି ୩ ରୁ ୪ ଦିନ ଯାଏଁ ଶୀତ ଲାଗି ରହିବ

0
153

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୧/୧୨) : ଆହୁରି ଖସିବ ପାରଦ, ଶୀତରେ ଥରୁଛି ସାରା ଓଡ଼ିଶା । ଆହୁରି ୩ ରୁ ୪ ଦିନ ଯାଏଁ ଏଭଳି ଶୀତ ଲାଗି ରହିବ । ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ଯାଏଁ କମିବ ।

ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ରାତି ତାପମାତ୍ରା ୩ ଡିଗ୍ରୀ ଯାଏ କମିଯିବ । ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଆହୁରି ଖସିବ ପାରଦ, ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ସୋମବାରଠାରୁ ଦିନ ତାପମାତ୍ରା ୨ ଡିଗ୍ରୀ କମିବ । ସେହିଭଳି ରାତି ତାପମାତ୍ରା ୩ ଡିଗ୍ରୀ କମିବ । ୨୧ ଯାଏ ଏହି ଅଞ୍ଚଳରେ ଶୀତପ୍ରବାହ ଜାରି ରହିବ । ୨୨ ତାରିଖରୁ ଏଠାରେ ରାତି ତାପମାତ୍ରା କ୍ରମଶଃ ବଢ଼ିବ । ୨୫ ତାରିଖ ସୁଦ୍ଧା ଏଠାରେ ତାପମାତ୍ରା ୬ ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

କନ୍ଧମାଳର ଦାରିଙ୍ଗବାଡି ଏବେ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଦାରିଙ୍ଗବାଡିର ତାପମାତ୍ରା ୪ ଡିଗ୍ରୀ ତଳକୁ ଖସିବା ସହ ଏଠାରେ ପ୍ରଥମ ତୁଷାରପାତ ହୋଇଛି । ରାଜ୍ୟର ୧୩ ଟି ସହରରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୫.୬ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୬.୫, ସୋନପୁରରେ ୬.୯, କେନ୍ଦୁଝରରେ ୭.୪, ସୁନ୍ଦରଗଡ ଓ ବଲାଙ୍ଗିର ୮, ଭବାନୀ ପାଟନା ୮.୯ ଓ ସମ୍ବଲପୁର ୯, ତାଲଚେର ଓ ହୀରାକୁଦ ୯ ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଛି ।