ଓମିକ୍ରନ କୁ ନେଇ ବ୍ୟସ୍ତ ହେବାର ନାହିଁ, ହେଲେ ମାନିବାକୁ ପଡିବ କୋଭିଡ ନିୟମ : ଡିଏମଇଟି

0
184

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୧/୧୨) : ଦେଶ ତଥା ରାଜ୍ୟରେ ଓମିକ୍ରନ କୁ ନେଇ ଡିଏମଇଟି ରମାରମଣ ମହାନ୍ତି କୋଭିଡ ନିୟମ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି । ବିଦେଶରେ ଏହା ବହୁ ଜୋରରେ ବ୍ୟାପିଲାଣି ।

ନଭେମ୍ବରରେ କିଛି ଦେଶ ମଧ୍ୟରେ ସୀମିତ ଥିବାବେଳେ ଏବେ ଶହେ ପାଖାପାଖି ଛୁଇଁଲାଣି । ଓମିକ୍ରିନ କ୍ଷିପ୍ର ବେଗରେ ବଢିଚାଲିଛି ତାକୁ ନଜରରେ ରଖି ଆମକୁ ସଜାଗ ହ୍ୱୋକୁ ପଡ଼ିବ ବୋଲି ସେ କହିଛନ୍ତି । ଡିଏମଇଟି କହିଛନ୍ତି, ଓମିକ୍ରନ କୁ ନେଇ ବ୍ୟସ୍ତ ହେବାର ନାହିଁ । ଭ୍ୟାକ୍ସିନ ନେବା, କୋଭିଡ ନିୟମ ମାନିବା, ଅଯଥା ଭିଡ଼କୁ ଯିବାନାହି ଏତିକି କଲେ କେସ ଲୋର୍ଡ କମ ରହିବ, ଆମେ ନିରାପଦ ରହିବା ।

ବିଦେଶ ଫେରନ୍ତା ସାତ ଜଣଙ୍କ ମଧ୍ୟରୁ ଚାରିଜଣ ନେଗେଟିଭ । ତିନି ଜଣଙ୍କ ଜିନମ ସିକ୍ୟୁଏନ୍ସ ପାଇଁ ଯାଇଛି ରିପୋର୍ଟ ଆସିନାହିଁ । ସ୍ୱାସ୍ଥ୍ୟ ବସ୍ଥା ତାଙ୍କ ର ଭଲ ଅଛି । ଆମେ ନିୟମ ମାନି ଚଳିଲେ ତୄତୀୟ ଲହର ଆଶଙ୍କା କୁ ଏଡ଼ାଇ ଯାଇପାରିବ । ସ୍ୱାସ୍ଥ୍ୟ ବିଭାଗ ତୀକ୍ଷ୍ଣ ଦୄଷ୍ଟି ରଖିଛି, ବ୍ୟସ୍ତ ହେବାର ନାହିଁ ବୋଲି ସେ କହିଛନ୍ତି ।