ପୋଲିସ ଗାଡ଼ି ଦୁର୍ଘଟଣା ଗ୍ରସ୍ତ, ଥାନା ଅଧିକାରୀଙ୍କ ସହ ତିନି ଗୁରୁତର

0
279

ରିପୋର୍ଟ : ସନ୍ତୋଷ ନାୟକ //
ସମ୍ବଲପୁର/ରେଢ଼ାଖୋଲ, (୨୧/୧୨) : ସମ୍ବଲପୁର ଜିଲ୍ଲା, କିସିଣ୍ଡା ଥାନା ପୋଲିସ ଗାଡ଼ି ହୋଇଛି ଦୁର୍ଘଟଣାଗ୍ରସ୍ତ । ଗାଡ଼ିରେ ଥିବା ଥାନା ଆଇଆଇସି ଓ ଗାଡ଼ି ଡ଼୍ରାଇଭର ଗୁରୁତର ହୋଇଛନ୍ତି ।9f2a9552 866c 4724 a36e 52876b6fb6c1 ପୋଲିସ ଗାଡ଼ି ଦୁର୍ଘଟଣା ଗ୍ରସ୍ତ, ଥାନା ଅଧିକାରୀଙ୍କ ସହ ତିନି ଗୁରୁତର

ଉଭୟଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲ ଓ ଅବସ୍ଥା ଗୁରୁତର ହେବାରୁ ପରେ ଉଭୟଙ୍କୁ ବୁର୍ଲା ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଥାନା ଆଇଆଇସି ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସକାଳେ ବଡମାଲ ଫାଣ୍ଡି ଅଧିକାରୀ ଙ୍କ ବାଥରୁମ ରେ ଖସି ପଡ଼ି ମୃତ୍ୟୁ ବରଣ କରିଥିବା ଖବର ପାଇ କିସିଣ୍ଡା ଥାନା ଅଧିକାରୀ ପ୍ରଶାନ୍ତ ସାମଲ ଓ ଜଣେ ହୋମଗାର୍ଡ ଇଭାନ ବିଶ୍ଵାଳ ସହ ନିଜେ ଗାଡି ଚଳାଇ ଆସୁଥିବା ବେଳେ, କିସିଣ୍ଡା–ରେଢ଼ାଖୋଲ ରାସ୍ତା ର ଆମ୍ବପାଳ ଠାରେ ଭାରସାମ୍ୟ ହରାଇ ଏକ ଗଛ ରେ ପିଟି ହୋଇଥିଲେ ।

ଆଇଆଇସି ସମେତ ୨ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ରୁ ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲ ଆଣି ଥିଲା । ପ୍ରାଥମିକ ଚିକିତ୍ସା ପରେ ଦୁହିଁକୁ ବୁର୍ଲା ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ।