୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଦଳର ସଭାପତି ରହିବେ ସୋନିଆ ଗାନ୍ଧୀ : ସହାୟତା କରିବେ ଏହି ୪ ଜଣ

0
208

ରିପୋର୍ଟ : ସୁଭାସିସ ନାୟକ //
ନୂଆଦିଲ୍ଲୀ,(୨୧/୦୭) : କଂଗ୍ରେସର ସଭାପତି ପଦକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନାହିଁ । ଏପରି ସ୍ଥଳେ ସାନିଆ ଗାନ୍ଧି ଆସନ୍ତା ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଦଳର ଅନ୍ତରୀଣ ସଭାପତି ପଦରେ ରହିବେ ବୋଲି ସୂଚନା ମିଳିଛି । ହେଲେ ଦଳର ଶୀର୍ଷ ସ୍ତରରେ ରାହୁଲ ଗାନ୍ଧି ହିଁ ସବୁପ୍ରକାରର ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ସୋନିଆଙ୍କୁ ସହାୟତା କରିବାକୁ ଦଳ ୪ ଜଣ ୱାର୍କିଂ ପ୍ରେସିଡେଣ୍ଟ ବା କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିବ । ଏହି ପଦପାଇଁ ଗାନ୍ଧି ପରିବାରର ବିଶ୍ୱସ୍ତ ଲୋକମାନଙ୍କୁ ନିଯୁକ୍ତ କରାଯିବ । ଏହି ତାଲିକାରେ ସଚିନ ପାଇଲଟ, ଗୁଲାମ ନବି ଆଜାଦ, ମୁକୁଲ ୱାସନିକ, କୁମାରୀ ଶୈଳଜା ଓ ରମେଶ ଚେନିତାଲା ଆଗୁଆ ଅଛନ୍ତି ବୋଲି ଜଣାପଡ଼ିଛି ।

ତେବେ ପ୍ରିୟଙ୍କା ଗାନ୍ଧିଙ୍କ ଭୂମିକା ସଂପର୍କରେ କୌଣସି ସ୍ପଷ୍ଟ ଚିତ୍ର ମିଳୁନାହିଁ । ମହାସଚିବ ପଦରେ ଥିବା ପ୍ରିୟଙ୍କା ଏବେ ଉତ୍ତରପ୍ରଦେଶ ନିର୍ବାଚନ ଉପରେ ଫୋକସ କରୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧି ସଭାପତି ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସୋନିଆ ଦଳର ଅନ୍ତରୀଣ ସଭାପତି ଅଛନ୍ତି ।