ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୨୧/୦୭) : ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ଅଏଁଲାସାରୀ ଗାଁରେ ପୋଖରୀ ନିଲାମ କୁ ନେଇ ଅଭାବନୀୟ ଘଟଣା ଘଟିଛି । ଉକ୍ତ ପୋଖରୀ ନିଲାମକୁ କେନ୍ଦ୍ର କରି ଗତ ୨୫ ଦିନ ଧରି ଲାଗି ରହିଥିବା ବିବାଦ ଗତକାଲି ଉଗ୍ରରୂପ ଧାରଣ କରିଛି । ଗତକାଲି ସଂଧ୍ୟାରେ ଗାଁର ଉକାଲୁ ସା ନାମକ ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ଓ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଲୁଟ ଘଟଣାରେ ନିରଜଂନ ବନଛୋରଙ୍କ ଗୋଷ୍ଠୀର ଲୋକ ସାମିଲ ଥିବା ସନ୍ଦେହ କରିଥିଲେ ଶିକ୍ଷକ ସା ଙ୍କ ସମର୍ଥିତ ଲୋକେ ।
ପୋଖରୀ ନିଲାମକୁ ନେଇ ଗତ ମଙ୍ଗଳବାର ଗାଁର ନିରଞ୍ଜନ ବନଛୋର, କ୍ରୁଷ୍ଣ ବନଛୋର, ଡାକ୍ତର ଚନ୍ଦନ ଓ କମ୍ପାଉଣ୍ଡର ଚନ୍ଦନଙ୍କ ଚାରୋଟି ଘରକୁ କିଛି ଦୃବୁର୍ତ୍ତ ନିଆଁ ଲଗାଇଦେଇଥିଲେ । ଶିକ୍ଷକ ସାଙ୍କ ଗୋଷ୍ଠୀର ଲୋକେ ଘର ପୋଡିଥିବା ନେଇ ନିରଂଜନ ପୁଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଇଁନ୍ତଲା ପୋଲିସ ଘର ପୋଡି ଘଟଣାରେ ଶିକ୍ଷକ ତାଙ୍କ ସମର୍ଥିତ ୩୨ ରୁ ଅଧିକ ଯୁବକଙ୍କୁ ଥାନାରେ ଅଟକ ରଖିଛି ।
ତେବେ ପୁଇଁନ୍ତଲା ପୋଲିସ ଲୁଟ ଘଟଣାରେ କାହାରିକୁ ଗିରଫ କରିନଥିବା ବେଳେ ଘର ପୋଡି ଘଟଣାରେ ୩୨ରୁ ଅଧିକଙ୍କୁ ଅଟକ ଯୁବକମାନଙ୍କୁ ଛାଡିଦେବା ପାଇଁ ଦାବି କରି ତାଙ୍କ ପରିବାର ଏଵଂ ସମର୍ଥିତ ଲୋକେ ଏସପି ଅଫିସ ଘେରାଉ କରିଛନ୍ତି । ଏସପି ଅଫିସ ସମ୍ମୁଖରେ ବଲାଙ୍ଗିର-ଟିଟିଲାଗଡ ରାସ୍ତାକୁ ବନ୍ଦ କରିଛନ୍ତି । ଅପରାହ୍ନ ୨ଟା ସୁଦ୍ଧା ସମାସ୍ୟାର ସମାଧାନ ହୋଇ ପାରିନଥିବା ବେଳେ ଧାରଣା କାରିମାନେ ରାସ୍ତା ଉପରେ ବସି ରହିଥିବା ଥିଲେ । ଏ ନେଇ ଅପରାହ୍ନ ୩ ଟା ସମୟରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଆସି ଦୋଷୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହେବ ଅନ୍ୟ ମାନଙ୍କୁ ଛାଡ଼ିଦେବା ପ୍ରକାଶ କରିଥିଲେ । ପରେ ଧାରଣା ରତ ଧାରଣା ପ୍ରତାହୃତ କରିଥିବା ସୂଚନା ପ୍ରଦାନ କରାଯାଇଛି ।