ସାନ ସିଦ୍ଧପଲ୍ଲୀ ରେ ବାଲ୍ୟବିବାହ କୁ ରୋକିଲା ପ୍ରଶାସନ ଓ ଚାଇଲ୍ଡ ଲାଇନ

0
204

ରିପୋର୍ଟ : ରାକେଶ ମହାରଣା //
ଗଞ୍ଜାମ,କୋଦଳା,(୨୧/୭) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତ ସାନ ସିଦ୍ଧପଲ୍ଲୀ ଗ୍ରାମରେ ଏକ ବାଲ୍ୟବିବାହ କୁ ପ୍ରଶାସନ ଓ ଚାଇଲ୍ଡ ଲାଇନ ର ମିଳିତ ସହଯୋଗରେ ବନ୍ଦ କରାଯାଇଛି ।

ସୂଚନା ଅନୁଯାୟୀ ସିଦ୍ଧପଲ୍ଲୀ ଗ୍ରାମର ଜଣେ ନାବାଳିକା କନ୍ୟା କୁ ସାନ ସିଦ୍ଧପଲ୍ଲୀ ଗ୍ରାମର ପିଣ୍ଟୁ ପ୍ରଧାନ (୨୫) ବିବାହ ପାଇଁ ନିଜ ଘରେ ଆଣି ରଖିଥିଲା । ସୂଚନା ପାଇଁ ବେଗୁନିଆପଡ଼ା ସି.ଡି.ପି.ଓ. ତଥା ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ଚାଇଲ୍ଡ ଲାଇନ ସଦସ୍ୟ ମାନେ ଆସି ବିବାହ ନକରିବା ପାଇଁ କହିଥିଲେ ଏବଂ ଝିଅ କୁ ବାପା ଘରକୁ ପଠାଇଥିଲେ ।

ସରପଞ୍ଚ ସତୀଶ ରଞ୍ଜନ ତାରେଣୀ, ଅଙ୍ଗନୱାଡ଼ି ସୁପରଭାଇଜର, ବେଗୁନିଆପଡା ଫାଣ୍ଡି ପୋଲିସ ପକ୍ଷରୁ କନେଷ୍ଟବଳ ବାସୁଦେବ ସାହୁ ,ଜି.ଆର୍ଏସ୍ ସିତାରାମ ପଟ୍ଟନାୟକ, ଚାଇଲ୍ଡ ଲାଇନ ର ପରାମର୍ଶଦାତ୍ରୀ ପ୍ରିୟଙ୍କା ବେହେରା, ସଦସ୍ୟ ରଞ୍ଜିତ ବେହେରା, ଅଙ୍ଗନୱାଡି କର୍ମୀ ସୁଜ୍ଞାନୀ ସେଠୀ ପ୍ରମୂଖ ଉପସ୍ଥିତ ଥିଲେ । ଶେଷରେ ଝିଅ ର ବାପା ମା ଝିଅ କୁ ସାଙ୍ଗରେ ନେଇ ନିଜ ଘର କୁ ଯାଇଥିଲେ ।