ମୁଣ୍ଡପିଛା ୧୦୦୦ ଟଙ୍କା, ୩.୫ କୋଟି ଲୋକଙ୍କୁ କରୋନା ସହାୟତା ଦେବେ ସରକାର

0
181

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୧/୧୨) : ୭ ଦିନରେ ସରକାର ବାଂଟିବେ ୩୫୦ କୋଟି । କରୋନା ସହାୟତାରେ ମୁଣ୍ଡପିଛା ୧୦୦୦ ଟଙ୍କା ଦେବେ ସରକାର । ପ୍ରାୟ ୩ କୋଟି ୫୦ ଲକ୍ଷ ଲୋକଙ୍କୁ ସରକାର ଏହି ଟଙ୍କା ପ୍ରଦାନ କରିବେ ।

ଆଜି ପ୍ରଥମ ପର୍ଯ୍ୟାୟରେ ୩୫୦ କୋଟି ଦିଆଯାଇଥିବା ନେଇ ସୂଚନା ମିଳିଛି । ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବଡ଼ ନିଷ୍ପତ୍ତି । ମୁଣ୍ଡପିଛା ୧୦୦୦ ଟଙ୍କା ପାଇବେ ଲୋକେ । ଯାହାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ କାର୍ଡ ଅଛି ସେ ପାଇବାକୁ ଯୋଗ୍ୟ । ଯାହାର ନାହିଁ ସେହି କ୍ଷେତ୍ରରେ ଜାତୀୟ କିମ୍ବା ରାଜ୍ୟ ର ଖାଦ୍ୟ ସୁରକ୍ଷା କାର୍ଡ କୁ ଗ୍ରହଣ କରାଯିବ । ବୋଲି କୁହାଯାଇଛି ।

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ୫.୩୦ଟାରେ ବସିବ କ୍ୟାବିନେଟ ବୈଠକ । ୮ ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବା ସମ୍ଭାବନା ରହିଛି । ଆସନ୍ତା ସପ୍ତାହରେ ପଞ୍ଚାୟତ ନିର୍ବାଚନ ଲାଗି ତାରିଖ ଘୋଷଣା ହେବାକୁ ଥିବାରୁ ଆଜିର କ୍ୟାବିନେଟ ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ।