ଲେମ୍ବୁ ଓ ଗୁଡ଼ ର ପାଣି ପିଇବା ଦ୍ୱାରା କମିଥାଏ ଓଜନ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

0
339

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୨୨/୦୭) : ଆପଣ ଲେମ୍ବୁ ଓ ମହୁ ପିଇବାର ଉପକାର ତ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ ଜାଣନ୍ତି କି ଲେମ୍ବୁ ଓ ଗୁଡ଼ ର ପାଣି ଆପଣଙ୍କ ଶରୀର ପାଇଁ କେତେ ଲାଭଦାୟକ । ଯେଉଁମାନେ ଓଜନ କମାଇବାକୁ କଠିନ ପରିଶ୍ରମ କରୁଛନ୍ତି, ସେମାନେ ଏହି ସହଜ ଆୟୁର୍ବେଦିକ ରେସିପି ମାଧ୍ୟମରେ ନିଜର ଓଜନ ହ୍ରାସ କରିପାରିବେ ।

ଆଜି ଆମେ ଆପଣଙ୍କୁ ଏପରି ପାନୀୟ କିମ୍ବା ଆୟୁର୍ବେଦିକ ମିଶ୍ରଣ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହିତ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ । ଏହା ହେଉଛି ଲେମ୍ବୁ ଓ ଗୁଡ଼, ଯାହାକୁ ଏକାସାଙ୍ଗରେ ପିଇବା ଦ୍ୱାରା ଓଜନ କମ୍ ହୋଇଥାଏ ।

ଗୁଡ଼ର ଉପକାରିତା :

ଚିନି ତୁଳନାରେ ଗୁଡ଼ ଆପଣଙ୍କ ଶରୀର ପାଇଁ ଭଲବୋଲି ସାବ୍ୟସ୍ତ ହୋଇଥାଏ । ଏଥିରେ ଅଳ୍ପ ପରିମାଣର କ୍ୟାଲୋରୀ ଥାଏ । ଗୁଡ଼ରେ ଆଣ୍ଟିଅକ୍ସିଡାଣ୍ଟ, ଜିଙ୍କ ଏବଂ ସେଲେନିୟମ୍ ଭରପୂର ମାତ୍ରାରେ ରହିଥାଏ, ଯାହାକି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ, ଗୁଡ଼ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ ଓ ମେଟାବୋଲିଜିମକୁ ଶକ୍ତିଶାଳୀ କରିଥାଏ । ଖାଇବା ପରେ ଏକ ଛୋଟ ଖଣ୍ଡ ଗୁଡ଼ ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଯାଏ ।

ଲେମ୍ବୁର ଉପକାରିତା :

ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ । ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ମେଟାବୋଲିଜିମ୍ ବଢ଼ାଇଥାଏ । ଲେମ୍ବୁରେ ଥିବା ଆଣ୍ଟିଅକ୍ସିଡାଣ୍ଟଗୁଡିକ କୋଷଗୁଡ଼ିକୁ ମୁକ୍ତ ରେଡିକାଲ୍ ଦ୍ୱାରା କ୍ଷତିରୁ ରକ୍ଷା କରିଥାଏ । ଓଜନ ହ୍ରାସ କରିବାରେ ଏହା ପ୍ରଭାବଶାଳୀ ।