-5.7 C
Innichen
Saturday, January 22, 2022

ବୌଦ୍ଧରେ ଜିଲ୍ଲା ସ୍ତରୀୟ କଳା ସଂସ୍କୃତି ପ୍ରୋତ୍ସାହନ କାର୍ଯ୍ୟକ୍ରମ

ରିପୋର୍ଟ : ସୁଶାନ୍ତ ବେହେରା //
ବୋୖଦ୍ଧ, (୨୧/୧୨) : ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ଟାଉନ ହଲ ବୌଦ୍ଧରେ ଜିଲ୍ଲା ସ୍ତରୀୟ କଳା ସଂସ୍କୃତି ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବୌଦ୍ଧରେ ଜିଲ୍ଲା ସ୍ତରୀୟ କଳା ସଂସ୍କୃତି ପ୍ରୋତ୍ସାହନ କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟ ନେହେରୁ ଯୁବକେନ୍ଦ୍ର ର ଡିଜି ନୋମିନି ଦେବାଶିଷ ପୁରୋହିତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ମୁଖ୍ୟ ଅତିଥି ଭବରେ ଜିଲ୍ଲା ଯୁବ ଅଧିକାରୀ ନବନିତ କୁମାର, ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର ରାଉତ, ନେହରୁ ଯୁବ କେନ୍ଦ୍ର ଆକାଉଣ୍ଟଟଣ୍ଟ ଅନୁରାଗ ମିଶ୍ର, ଅଫିସ ପ୍ରଗ୍ରାମ ସୋଯଗଗ ଉତ୍ତମ ମହାକୁଡ଼, ବୌଦ୍ଧ ଜିଲ୍ଲା କଳାକାର ସଙ୍ଘ ର ସଭାପତି ସ୍ୱାଧୀନ ବାବୁ ଯୋଗ ଦେଇ ସମାଜରେ ଯୁବକମାନଙ୍କ ଭୂମିକା ସମ୍ପର୍କରେ ଅଭିବ୍ୟକ୍ତି ରଖିଥିଲେ ।

ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି ଧାରୁଆ, ସମ୍ମାନିତ ଅତିଥି ଭାବରେ ଜିଲା ଯୁବ ଅଧିକାରୀ ନବନିତ କୁମାର, ଡିପ୍ରୋ ରତିକାନ୍ତ ବଳିୟାର, ସମ୍ବଲପୁରୀ ଲୋକ ଗୀତ ଗାୟକ ପୁରନ୍ଦର ଠେଲା ପ୍ରମୁଖ ଯୋଗ ଦେଇ ଜିଲ୍ଲା ର କଳା ସଂସ୍କୃତି କିଭଳି ପ୍ରୋତ୍ସାହନ ଦେଲେ ଜିଲ୍ଲା ର କଳା ସଂସ୍କୃତି ଆଗକୁ ବଢି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିପାରିବ ସେ ସମ୍ପର୍କରେ ଉଦବୋଧନ ଦେଇଥିଲେ ।

କାର୍ଯ୍ୟକ୍ରମ କୁ ଜାତୀୟ ଯୁବ ସ୍ବେଚ୍ଛାସେବୀ ସୁପ୍ରିୟା ଦେହୁରୀ ପରିଚାଳନା କରିଥିବା ବେଳେ ସୁଧିର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles