କେରଣ୍ଡି ପଞ୍ଚାୟତ ଅମରା ଠାରେ ନିର୍ମିତ ମଦଭାଟିକୁ ଗ୍ରାମବାସୀଙ୍କ ନିନ୍ଦା

0
170

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୨/୧୨) : ଗଜପତି ଜିଲ୍ଲା କେରଣ୍ଡି ପଞ୍ଚାୟତ ଅମାରା ଡାଳିମ୍ବ ପୁର ଠାରେ ନିର୍ମାଣ ଧୀନ ମଦଭାଟିକୁ ଗ୍ରାମବାସୀ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।a7b240a8 564f 48b3 86ea 735927ec4d89 କେରଣ୍ଡି ପଞ୍ଚାୟତ ଅମରା ଠାରେ ନିର୍ମିତ ମଦଭାଟିକୁ ଗ୍ରାମବାସୀଙ୍କ ନିନ୍ଦା

ପ୍ରକାଶ ଥାଉ କି କେରଣ୍ଡି ପଞ୍ଚାୟତ ର ଆମରା ବଡ଼ି ଏହି ମଦଭାଟି ନିର୍ମାଣକୁ ବିରୋଧ କରି ଗତ ଏକ ସପ୍ତାହ ତଳେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ | କିନ୍ତୁ ନିର୍ମାଣ ତା ବାଟରେ ଚାଲୁଥିବାରୁ ଆଜି ଶହ ଶହ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି |