୩୩ ତମ ମା ମହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
235

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୨୩/୧୨) : ବିନିକା ବ୍ଲକ ଅରିଗାଁ ଖେଳାପଡ଼ିଆରେ ୩୩ ତମ ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।dbda63f2 e937 4fb6 8b08 7c9b3af69d85 ୩୩ ତମ ମା ମହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ମାହେଶ୍ୱରୀ ପାଠାଗାର ର ବରିଷ୍ଠ ସଦସ୍ୟ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଆୟୋଜିତ ୩୩ ତମ ମା ମହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ଉତ୍ସବ ରେ ବିଶ୍ଵମ୍ଭର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଯୁବଦ୍ୟୋଗୀ ପ୍ରତାପ ଭାରତୀ ମୁଖ ଅତିଥି, ମନୀଷ ଶର୍ମା ବରିଷ୍ଠ ସାମ୍ବାଦିକ ଧ୍ରୁବରାଜ ମିଶ୍ର, ଅଭିଜିତ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଦାନୀପାଲି ଓ ମେହେନା ଦଳ ମଧ୍ୟରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଦାନୀପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୧୨ ଓଭର ରେ ୧୨୮ ରନ କରିଥିବା ବେଳେ ମେହେନା ଦଳ ନିର୍ଧାରିତ ଓଭର ରେ ୮ ଉଇକେଟରେ ହରାଇ ୬୧ ରନ କରି ୬୭ ରନ ରେ ପରାଜିତ ହୋଇଥିଲା ।

ଦାନୀପାଲି ଦଳ ପକ୍ଷରୁ ପପୁନ ସିକା ଆକର୍ଷଣୀୟ ୫୬ ରନ ର ପାଳି ଖେଳିଥିଲେ । ଖେଳ ପରିଚାଳନା ରେ ରାଜୀବ ଆଚାର୍ଯ୍ୟ, ମଧୁ ମହାକୁର, ଅମିତ ଭୁଏ, ଗଣେଶ ଖେତି, ଆଜାଦ ପୁଟେଲ, ଦାତାରାମ କର୍ମୀ, ମହେଶ୍ୱର ମହାକୁର ଏବଂ ଅନ୍ୟମାନେ ସହଯୋଗ କରିଥିଲେ । ୧୬ ଟି ଦଳକୁ ନେଇ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଡିସେମ୍ବର ୩୧ ତାରିଖ ଦିନ ଉଦଯାପିତ ହେବ ।