ସରୁନି ବିଏମସିର ଡ୍ରେନ୍ କାର୍ଯ୍ୟ : ବର୍ଷା ଯୋଗୁ ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ

0
220

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୨୨/୦୭) : ଦେଶର ନମ୍ବର-ୱାନ ସ୍ମାର୍ଟ ସିଟି ଭାବେ ଗଣାଯାଉଥିବା ଭୁବନେଶ୍ୱରର ସ୍ଥିତି ବେହାଲ । ସରୁନି ବିଏମସିର ଡ୍ରେନ୍ କାର୍ଯ୍ୟ, ଅସରାଏ ବର୍ଷାରେ ରାଜଧାନୀ ଜଳମଗ୍ନ ହୋଇଯାଇଛି । କେଉଁଠି ଘରେ ପାଣି ପଶିଲାଣି ତ କେଉଁଠି ରାସ୍ତା ଉପରେ ଆଣ୍ଠୁଏ ପାଣି ଦେଖିବାକୁ ମିଳୁଛି । ବର୍ଷା ହେଲେ ବାହାରକୁ ବାହାରିବା ପାଇଁ ଲୋକେ ପାଣି ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି ।

ଏପରି ସମୟରେ ବିଏମ୍ସିର ଡ୍ରେନ କାର୍ଯ୍ୟ ସମସ୍ୟାକୁ ଆହୁରୀ ଜଟିଳ କରି ଦେଉଛି । ବର୍ଷ ସାରା ଲକଡାଉନ ପାଇଁ ଯାତାୟତ ଉପରେ କଟକଣା ଲାଗୁ କରାଯାଇଥିଲା । ଏବେ ଲକଡାଉନ କୋହଳ ହେବା ପରେ ଲୋକେ ବାହାରକୁ ବାହାରି କାର୍ଯ୍ୟରେ ଲାଗୁଛନ୍ତି । ଏପରି ସ୍ଥଳେ ଡ୍ରେନ୍ ଖୋଳି ଦେବା ଯୋଗୁ ରାସ୍ତା ଉପରେ ମାଟି ଜମି ରହିଛି ସରୁନି ବିଏମସିର ଡ୍ରେନ୍ କାର୍ଯ୍ୟ । ବର୍ଷା ଦିନରେ ଡ୍ରେନ୍ ଅଳିଆ ରାସ୍ତା ଉପରେ ପଡି ରହିଥିବା ବେଳେ ଲୋକେ ଅସୁବିଧା ଭୋଗୁଛନ୍ତିି । ଠିକ୍ ଭାବେ ଡ୍ରେନ୍ ସଫେଇ ହୋଇ ନ ଥିବାର ପାଣି ମଧ୍ୟ ଠିକ୍ ଭାବେ ନିଷ୍କାସନ ହୋଇପାରୁନାହିଁ । ୨୦୧୫ ମସିହାରୁ ବିଏମ୍ସି ଡ୍ରେନ କାର୍ଯ୍ୟ ଶେଷ ହୋଇଯିବ ବୋଲି କହୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ଶେଷ ହୋଇପାରି ନାହିଁ । ଅଧିକାଂଶ ସ୍ଥାନରେ ଏବେବି ଡ୍ରେନ୍ ଖୋଳା ଚାଲିଛି । ଯାହା ଫଳରେ ରାସ୍ତା ବନ୍ଦ ରହୁଛି । ଡ୍ରେନ୍ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ରାଜଧାନୀ ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମି ରହୁଥିବା ଦେଖିବାକୁ ମିଳୁଛି ।

ବର୍ଷା ହେବାର ୩ ଘଣ୍ଟା ପରେ ମଧ୍ୟ ପାଣି ନିଷ୍କାସନ ହୋଇପାରୁନ ଥିବାରୁ ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ପାଣି ପଶୁଛି । ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଜଳ ସମସ୍ତା ଦୂର କରିବା ପାଇଁ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲେ । ଯେଉଁଥିରେ ଡ୍ରେନ୍ ନିର୍ମାଣ, ଜଳାଶୟର ପୁନଃଉଦ୍ଧାର, ଡ୍ରେନ ମରାମତି ସମେତ ବହୁ ବିଷୟ ଜଡିତ ଥିଲା । ହେଲେ ଏହି ଟଙ୍କାରୁ ଏବେ ସୁଦ୍ଧା ମାତ୍ର ୧୦୦ କୋଟି ମିଳିଥିବାରୁ ପାଣି ସମସ୍ୟା ସମାଧାନ କରିବା ଦିଗରେ ବିଏମ୍ସି ସଠିକ୍ ପଦକ୍ଷେପ ନେଇ ପାରୁନି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ରସୁଲଗଡ, ବୋମିଖାଲ, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ନୟାପଲ୍ଲୀ ଆଦି ଅଞ୍ଚଳରେ ଡ୍ରେନ କାର୍ଯ୍ୟ ଏବେବି ଚାଲୁ ରହିଥିବା ଦେଖିବାକୁ ମିଳିଛି । ଡ୍ରେନ କାର୍ଯ୍ୟ ପରେ ରାସ୍ତାକୁ ଖୋଳି ଦେଇ ମରାମତି କରୁ ନ ଥିବାରୁ ଏହା ଏବେ ସ୍ଥିତିକୁ ଅଧିକ ଜଟିଳ କରୁଛି । ବର୍ଷା ଦିନରେ ରାସ୍ତାରେ ମୋରମ ପଡି ରହୁଥିବା ବେଳେ ଚାରିଆଡେ କାଦୁଅ ହୋଇଯାଇଛି । କେତଳ ସ୍ଥଳେ ଡ୍ରେନ୍ ନିର୍ମାଣ କରି ଠିକ୍ ଭାବେ ମାଟି ପୋତି ନ ଥିବାରୁ ରାସ୍ତା ମଝିରେ ବଡ ବଡ ଖାଲ ରହିଥିବା ଦେଖିବାକୁ ମିଳୁଛି । ଟେଣ୍ଡର ନେଇଥିବା ସଂସ୍ଥା ଏଭଳି କାର୍ଯ୍ୟକୁ ନେଇ ଲୋକେ ଅଭିଯୋଗ କରୁଥିଲେ ମଧ୍ୟ ଫଳ ଶୂନ୍ୟ । କାର୍ଯ୍ୟ କରୁଥିବା ସଂସ୍ଥା ସହ ବିଏମ୍ସିର ମଧୁ ଚନ୍ଦ୍ରିକା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏଥିସିହିତ ଇସ୍କନ ମନ୍ଦିର ସମ୍ମୁଖରେ ଦେଖାଯାଉଥିବା ପାଣି ସମସ୍ୟାର ସମାଧାନ ହୋଇପାରି ନାହିଁ । ପ୍ରତିବର୍ଷ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମି ରହୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋପାରୁ ନାହିଁ । ବିଏମ୍ସି, ରାଜ୍ୟ ସରକାର, ଏନ୍ଏଚ୍ଏଆଇ ସବୁ ମିଳିତ ଭାବେ ସମସ୍ୟାର ସମାଧାନ ଦିଗରେ ଦିର୍ଘ ୫ ପାଞ୍ଚ ବର୍ଷ ଯୋଜନା ପସ୍ତୁତରେ ରହିଯାଇଛନ୍ତି । ରାଜଧାନୀରେ ଏଭଳି ଜଳ ସମସ୍ୟାକୁ ନେଇ ସୋଶିଆଲ ମିଡିଆରେ ସମାଲୋଚନା କରାଯାଉଥିବା ଦେଖିବାକୁ ମିଳିଛି । କିଛି ଲୋକ ବର୍ଷା ଦିନରେ ରାଜଧାନୀରେ ଡଙ୍ଗାର ବ୍ୟବସ୍ଥା କରିବାକୁ କହି ସରକାରଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି ।

ପାଣି ସମସ୍ୟା ସମାଧାନ ପାଇଁ ଡ୍ରେନ କାର୍ଯ୍ୟ ଶେଷ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଡ୍ରେନ କାର୍ଯ୍ୟ ମଧ୍ୟ ଶେଷ ହୋଇପାରୁନି । କେବେ ସରିବ ତାହା ମଧ୍ୟ ବିଏମ୍ସି ପକ୍ଷରୁ କୁହାଯାଇନାହିଁ । ରାଜଧାନୀବାସୀଙ୍କ ଠାରୁୁ ସରକାର ବିଭିନ୍ନ ଆଳରେ ମୋଟା ଅଙ୍କର ଟ୍ୟାକ୍ସ ନେଉଥିଲେ ମଧ୍ୟ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଛି । ଏବେ ଡ୍ରେନ୍ ସଫେଇକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧ ଦେଖିବାକୁ ମିଳିଛି । କିଛି ଲୋକ ଏଥିପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଉପରେ ଦୋଷ ଦେଉଥିବା ବେଳେ ଆଉ କିଛି ଲୋକ ଏଥିପାଇଁ ବିଏମ୍ସିକୁ ଦାୟୀ କରିଛନ୍ତି ।

ବିଏମମ୍ସିରା ବେପରୁଆ ନିତି ଯୋଗୁ ଏବେ ସୁଦ୍ଧା ଡ୍ରେନ କାର୍ଯ୍ୟ ଶେଷ ହୋଇ ନ ଥିବା ଲୋକେ ଅଭିଯୋଗ କରିଛନ୍ତି । ସ୍ମାର୍ଟ ସିଟି କେବେ ଏହି ସମସ୍ୟାରୁ ମୁକୁଳିବ ସେନେଇ କାହା ପାଖରେ ଉତ୍ତର ନାହିଁ । ଯଦି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆନଯାଏ ତେବେ ଆଗାମୀ ଦିନରେ ଜନଅସନ୍ତୋଷ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।