Friday, March 29, 2024

Top 5 This Week

Related Posts

ପାରିବାରିକ ଅଶାନ୍ତି ରୁ ସ୍ତ୍ରୀ ର ଆତ୍ମହତ୍ୟା : ବାପ ଘରକୁ ଯିବାକୁ ନ ଦେବାରୁ କାଣ୍ଡ

ରିପୋର୍ଟ : ଜଗଦୀଶ ଦାସ //
ରାଇକିଆ,(୨୨/୦୭) : ପାରିବାରିକ ଅଶାନ୍ତି ରୁ ସ୍ତ୍ରୀ ର ଆତ୍ମହତ୍ୟା | କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ଗ୍ରାମପଞ୍ଚାୟତ ବେଲାପାଙ୍ଗା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ପୁଣି ଘଟିଯାଇଛି ।86145727 d544 45d0 9c5e 352fd4db54f9 ପାରିବାରିକ ଅଶାନ୍ତି ରୁ ସ୍ତ୍ରୀ ର ଆତ୍ମହତ୍ୟା : ବାପ ଘରକୁ ଯିବାକୁ ନ ଦେବାରୁ କାଣ୍ଡ

ଜଉରା ପ୍ରଧାନଙ୍କ ପତ୍ନୀ ସ୍ନେହଲତା ପ୍ରଧାନ ନିଜ ବାପ ଘରକୁ ଯିବା ସକାଶେ ସକାଳୁ ସକାଳୁ ଜିଦ୍ ଧରି ବସିଥିଲେ । କିନ୍ତୁ ବର୍ତ୍ତମାନ ଚାଷ ବାସ କାମ ଚାଲିଥିବା ସକାଶେ ସ୍ବାମୀ ଅମଙ୍ଗ ହୋଇଥିଲେ ଓ ତଳି ଲଗା କାର୍ଯ୍ୟକ୍ରମ ସରିବା ପରେ କିଛି ଦିନ ବୁଲାବୁଲି କରି ଆସିବା କହିଥିଲେ । ଏହି କଥାରେ ସ୍ତ୍ରୀ ସ୍ନେହଲତା ରାଗିଯାଇ ଥିଲେ ସ୍ୱାମୀ ବିଲ କାମକୁ ବାହାରି ଯିବା ପରେ ପାରିବାରିକ ଅଶାନ୍ତି ରୁ ଗ୍ରାମରେ ଥିବା ଏକ କୂଅକୁ ଡେଇଁ ସ୍ନେହଲତା ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା ।

ଗ୍ରାମବାସୀ ସ୍ନେହଲତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସମସ୍ତ ଚେଷ୍ଟା ବିଫଳ ହେବା ପରେ ରାଇକିଆ ଅଗ୍ନିଶମ ବାହିନୀ ସହିତ ଯୋଗାଯୋଗ କରିଥିଲେ।ଏହି ଖବର ପାଇବା ମାତ୍ରେ ରାଇକିଆ ଅଗ୍ନିଶମ ବାହିନୀକୁ ତୁରନ୍ତ ସେହି ସ୍ଥଳ କୁ ଯାଇ କୂଅରୁ ଉଦ୍ଧାର କରି ରାଇକିଆ ଡାକ୍ତରଖାନା କୁ ଆଣିଥିଲେ ଡାକ୍ତର ସ୍ନେହଲତା ଙ୍କୁ ମୃତ ଘେଷଣା କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles